ସ୍ୱୟଂ ସହାୟକ ଗୋଷ୍ଟି ମହିଳାଙ୍କୁ ଦଶ ଲକ୍ଷ ଋଣ ପ୍ରଦାନ….

ଟିକାବାଲି(ସାନୁଜ ବେହେରା): ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତର ପାବୁରିଆ ଗ୍ରାମର ମା ମହେଶ୍ୱରୀ ସ୍ୱୟଂ ସହାୟୀକା ଦଳକୁ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଦଶ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଟିକାବାଲି ଗୋଷ୍ଟିଉନ୍ନୟନ ଅଧିକାରୀ ଶ୍ରୀ ହୃଦରଞ୍ଜନ ସାହୁ, ଭାରତୀୟ ଷ୍ଟେଟ ବ୍ୟାଙ୍କଶାଖା ପରିଚାଳକ ଶ୍ରୀ ପଦ୍ମଚରଣ ମାର୍ଥା, ବି.ପି ଏମ. ଓ. ଏଲ. ଏମ.ଶ୍ରୀ ଭାଗ୍ୟରଥି ପୃଷ୍ଟି,ଏମ ବି କେ, ଶୁଭଶ୍ରୀ ଦେହୁରୀ  ସି ଆର ପି, ରଚନା ଦେହୁରୀଙ୍କ ଉପସ୍ଥିତିରେ ମା ମହେଶ୍ୱରୀ ସ୍ୱୟଂ ସହାୟକ ଦଳକୁ ଚେକ ଓ ସଙ୍ଗସନ ଅଡର  ପ୍ରଦାନ କରିଥିଲେ l ଏହି ଦଳ ହେଉଛି ଟିକାବାଲି ବ୍ଲକର ପ୍ରଥମ (ଏସ.ହେଚ. ଜି) ଯିଏକି ଦଶ ଲକ୍ଷ ଋଣ ପାଇବାରେ ସୁଯୋଗ ନେଇଛନ୍ତି l ଯାହାରୀ ଫଳରେ ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବାର ସହାୟକ କରି ପାରିବେ  ଏବଂ ପରିବାର ଉନ୍ନତି ଆଣିବାର ସହଯୋଗ ହେବ ବୋଲି ଆଶା  ରଖିଛନ୍ତି ମହିଳା ମାନେ l ତେଣୁ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଶାଖା ପରିଚାଳକ, ଗୋଷ୍ଟିଉନ୍ନୟନ ଅଧିକାରୀ ଓ ବି ପି ଏମକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ମା ମାହେଶ୍ୱରୀ ସ୍ୱୟଂସହାୟକ ଦଳ ସଦସ୍ୟ l