ଓଡିଶା ମୋଟର ଚାଳକ ସଂଘର ସଦସ୍ୟ ମୃତ ଗାଡି ଚାଳକ ସ୍ବର୍ଗତ କାଳୁ ଚରଣ ସାହୁଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ମୋଟର ଚାଳକ ସଂଘ ଘୁ. ଉଦୟଗିରି ଶାଖା ତରଫରୁ ମୃତ ଗାଡ଼ି ଚାଳକ ସ୍ବର୍ଗତ କାଳୁ ଚରଣ ସାହୁଙ୍କ ପରିବାରକୁ 40,200 ଟଙ୍କାର ଆର୍ଥିକ ସହାୟତା ରାଶୀ ପ୍ରଦାନ କରାଯିବା ସଂଗେ ସଂଗେ ଚାଲକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରାଯାଇଛି l ଏହି ସମୟରେ କନ୍ଧମାଳ ଜିଲ୍ଲା ମୋଟର ଚାଳକ ସଂଘର ସଭାପତି ବାସନ କହଁର, କୋଷାଧକ୍ଷ ନରେନ୍ଦ୍ର ନାୟକ, ଘୁ.ଉଦୟଗିରି ଶାଖା ସଭାପତି ପରମାନନ୍ଦ ପ୍ରଧାନ, ସହ ସମ୍ପାଦକ ଅଲିଭା ପ୍ରଧାନ, ସମ୍ପାଦକ ବିକାଶ ନାୟକ, ଦୁଇ ନମ୍ବର ଜୋନ ସମ୍ପାଦକ ଅମରେନ୍ଦ୍ର ନାୟକ, କୋଷାଧକ୍ଷ ସିଙ୍ଗିରାଜ ପ୍ରଧାନ, ଜିଲ୍ଲା ସଂଗଠକ ସମ୍ପାଦକ ଗୋପାଳ ରାଓ, ଉପସଭାପତି ସିଦ୍ଧାନ୍ତ ନାୟକଙ୍କ ସହ ଘୁ.ଉଦୟଗିରି ମୋଟର ଚାଳକ ସଂଘର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ l ଏହି ପରି ଭାବରେ ଓଡିଶା ମୋଟର ଚାଳକ ସଂଘ ଘୁ.ଉଦୟଗିରି ପକ୍ଷରୁ ବିଭିନ୍ନ ପ୍ରକାରର ସମାଜ ସେବା ଓ ସମାଜ କଲ୍ୟାଣ ମୂଳକ କାର୍ଯ୍ୟ କରାଯାଉ ଥିବାରୁ ଅଞ୍ଚଳ ବାସୀ ମଧ୍ୟ ପ୍ରସଂଶା କରିଛନ୍ତି l ଚାଳକ ସଂଘ ତରଫରୁ ଆଗାମୀ ଦିନରେ ମଧ୍ୟ ସମାଜ କଲ୍ୟାଣ ମୂଳକ କାର୍ଯ୍ୟ କରାଯିବ ବୋଲି ଦୁଇ ନମ୍ବର ଜୋନ ସମ୍ପାଦକ ଅମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି l