ଦୁର୍ନିତୀର ଗନ୍ତାଘର ପାଲଟିଛି ଗୁଣୁପୁର ସମନ୍ଵିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ…..

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ଗୁଣପୁରର ସମ୍ମନ୍ନିତ ଶିଶୁ ବିକାଶ ବିଭାଗର ଅଧିକାରୀ ସୁଶ୍ରୀ ସୁଷମା ପ୍ରସାଦଙ୍କ ଅଜବ ଗଜବ ଆଚାରଣ ଅଙ୍ଗନବାଡି କର୍ମୀଙ୍କ ପାଇଁ ଭାଳେଣିର କାରଣ ହୋଇଛି l ସମ୍ପୃକ୍ତ ଅଧିକାରୀଙ୍କ ସମ୍ମୁଖରେ ଜି ହଜୁରୀ କରିବା, ନଚେତ୍ ବିଭିନ୍ନ ଆଳରେ ଆକ୍ରୋଶ ମୂଳକ ଭାବେ ଗାଳି ଗୁଲଜର ଶିକାର ହେବା ଅଙ୍ଗନବାଡ଼ୀ କର୍ମୀଙ୍କ ପାଇଁ ଦେହ ଶୁଆ ହୋଇଯାଇଛି l ବର୍ତ୍ତମାନ୍ ସରକାରଙ୍କ ପକ୍ଷରୁ ହୋଇଥିବା ନିଷ୍ପତ୍ତି ପରେ ଅଙ୍ଗନବାଡିମାନେ ମିନି ଅଙ୍ଗନବାଡ଼ିରୁ ଉତ୍ତୀର୍ଣ୍ଣ ହେବା ନିମନ୍ତେ, ଭଡ଼ା ସୂତ୍ରରେ ଥିବା ଅଙ୍ଗନବାଡି କେନ୍ଦ୍ରମାନଙ୍କ ଭଡ଼ା ଭତ୍ତା ପାଇବା, ଚାକିରି ସମୟର ଓ ଛୁଟି କାଳୀନ ନିର୍ଦ୍ଧାରିତ ଦରମା ଇତ୍ୟାଦି ପାଇବାରେ ଲାଞ୍ଚ ନଦେଲେ ଘୁଞ୍ଚି ପାରୁନି ଫାଇଲ l ସରକାରଙ୍କ ନିଷ୍ପତ୍ତି ପ୍ରକାରେ ମିନି ଅଙ୍ଗନବାଡି ଗୁଡିକୁ ଉତ୍ତୀର୍ଣ୍ଣ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମହୋଦୟା ସୁପରଭାଇଜରମାନଙ୍କ ଜରିଆରେ ଗୋଟିଏ ଲେଖାଏଁ ଅଙ୍ଗନବାଡି କର୍ମୀଙ୍କ ଠାରୁ ୫ରୁ ୧୦ ହଜାର ଟଙ୍କା ଆଦାୟ କରୁଥିବା, ଅଙ୍ଗନବାଡ଼ି କର୍ମୀମାନେ ନିଜ ନାମକୁ ଗୋପନ ରଖି ଅଭିଯୋଗ କରିଛନ୍ତି l ପରୋକ୍ଷ ଭାବରେ ସୁପରଭାଇଜରମାନଙ୍କୁ ଏନେଇ ଆମ୍ ପ୍ରତିନିଧି ପ୍ରଶ୍ନ ପଚାରିବାରୁ ସେମାନେ ନିଜକୁ ଅଧିକାରୀଙ୍କ ହାତବାରିସି ବୋଲି ମତ ଦେଇଛନ୍ତି l ନିଜ ଭବିଷ୍ୟତ ଅନ୍ଧାର ହୋଇଯିବା ଭୟରେ ଅଙ୍ଗନବାଡି କର୍ମୀମାନେ ରୁଣ ବୋଝ ଉଠାଇ ସୁପରଭାଇଜର ମାନଙ୍କ ଜରିଆରେ ସିଡିପିଓ ମହୋଦୟାଙ୍କୁ ଲାଞ୍ଚ ଦେଉଥିବା କହିଛନ୍ତି l ଏହି କରିତକର୍ମା ସିଡିପିଓ ମହୋଦୟା ପୂର୍ବରୁ କାର୍ଯ୍ୟରତ ଥିବା ସ୍ଥାନରେ ଦୁର୍ନୀତି ଅଭିଯୋଗରେ ସସପେଣ୍ଡ ହୋଇଥିବା ଖବର ମିଳିଛି l କିନ୍ତୁ ବର୍ତ୍ତମାନ ଦୁର୍ନୀତି କରିବାର ଏକ ସୁନ୍ଦର୍ ଉପାୟକୁ ବାଛି ନେଇ ସୁପରଭାଇଜରମାନଙ୍କ କାନ୍ଧରେ ବନ୍ଧୁକ ରଖି ଅଙ୍ଗନବାଡି କର୍ମୀମାନଙ୍କୁ ଶିକାର କରୁଥିବା ସମସ୍ତ କର୍ମୀ ଓ ବିଭାଗୀୟ ଅଧିକାରୀମାନେ ଆଲୋଚନା କରୁଛନ୍ତି l ସମ୍ପୃକ୍ତ ଘଟଣା ବଳୀରେ ଶିକାର ହୋଇଥିବା ଅଙ୍ଗନବାଡ଼ି କର୍ମୀମାନେ ଗଣମାଧ୍ୟମ ସମ୍ମୁଖକୁ ଆସି ଅଭିଯୋଗ କରିବା ଇଚ୍ଛା ରହିଥିଲେ ମଧ୍ଯ ପୂର୍ବରୁ କିଛି ଅଙ୍ଗନବାଡି କର୍ମୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିବା ଯୋଗୁଁ ସେମାନଙ୍କ ଦିର୍ଘ ଦିନର ଦରମା ବନ୍ଦ ହୋଇଥିବା କାରଣରୁ ଅଙ୍ଗନବାଡି କର୍ମୀମାନେ ଆତଙ୍କିତ ହୋଇ ନିଜ ଦୁଖଃ କାହାରିକି କରିପାରୁନାହାଁନ୍ତି l ଏସମ୍ପର୍କରେ ସିଡିପିଓ ମହୋଦୟ ଙ୍କୁ ପଚରା ଯିବାରୁ ସେ ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ l ଅନ୍ୟ ପକ୍ଷରେ ଏହି ଘଟଣା ବଳୀର ପୁଙ୍ଖାନୁପୁଙ୍ଖ ତଦନ୍ତ ଜିଲ୍ଲପାଳ ନିଜେ କରିବା ଦରକାର ବୋଲି ରାୟଗଡ଼ା ଜିଲ୍ଲା ବିକାଶ ପରିଷଦର ଆବାହକ ତଥା ଅଙ୍ଗନବାଡ଼ୀ କର୍ମୀମାନଙ୍କ ସଂଘ ଉପଦେଷ୍ଟା ପ୍ରଦୀପ କୁମାର ଦାଶ ମତ ପ୍ରକାଶ କରିଛନ୍ତି l