ଭଞ୍ଜନଗର(ନିଲୁ ବିଷୋୟୀ): ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି । ଫଳରେ କେଉଁଠି ଅତ୍ୟଧିକ ବର୍ଷା ଫଳରେ ଧନ୍ ଜୀବନ ନଷ୍ଟ ହେଉଛି ତ କେଉଁଠି ବର୍ଷା ନେହେବା କାରଣରୁ ବ୍ୟାପକ ଫସଲ ନଷ୍ଟ ହେଉଛି । ତେଣୁ ପରିବେଶର ସୁରକ୍ଷା କରିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମା’ ପାଇଁ ଗଛ ଟିଏର ସ୍ଲୋଗାନ ଦେଇ ବ୍ୟାପକ ଚାରା ରୋପଣ ଓଡ଼ିଶାରେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସ୍ଥିତ ବାଉଁଶଲୁଣ୍ଡି ଠାରେ ଯୁବକ ସଂଘ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଓ ସଂମ୍ମାନୀତ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେଇଥିଲେ । ନିକଟସ୍ଥ ସ୍ୱଶାନ ନିକଟରେ ବିଭିନ୍ନ ପ୍ରକାରର ୧୦୦ ଚାରା ରୋପଣ କରାଯାଇଥିଲା । ପରିବେଶର ସୁରକ୍ଷା ପାଇଁ ବ୍ୟାପକ ଚାରା ରୋପଣ କରିବା ସହ ଚାରାର ଯତ୍ନ ନେବାପାଇଁ ଉପସ୍ଥିତ ଜଣ ସାଧାରଣ ଓ ଯୁବ ବର୍ଗଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ । ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ ଉପସ୍ଥିତ ରହି ଯୁବକ ସଂଘର କାଯ୍ୟଶୈଳୀଙ୍କୁ ପ୍ରଶଂସା କରିଥିଲେ । ସରପଞ୍ଚ ଉଦ୍ଧବ ମିଶ୍ର ଯୁବକ ସଂଘ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଗଛଟିଏ ଲଗାଇବା ସହିତ ସମସ୍ତଙ୍କୁ ଗଛ ଲଗାଇବା ନିମନ୍ତେ ସଚେତନତା କରିବାକୁ କହିଥିଲେ।