ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ପ୍ରତ୍ୟକ ବର୍ଷ ରଥ ଯାତ୍ରା ପାଳନ କରାଯାଉଛି ଏ ବର୍ଷ ମଧ୍ୟ ବହୁ ଆଡମ୍ବରରେ ପାଳନ କରାଯାଇଥିଲା। ଗତ ସାତ ତାରିଖ ଦିନ ମହା ପ୍ରଭୁ ଜଗନ୍ନାଥ ନିଜ ବାସସ୍ଥାନ ଛାଡି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାହାରି ଆସିଥିଲେ ଏବଂ ଆଜି ସମବାର ଦିନ ତିନି ଘଟିକା ସମୟରେ ନିଜ ବାସସ୍ଥାନକୁ ଫେରିଥିଲେ । ପ୍ରଭୁ ଜଗନ୍ନାଥଙ୍କୁ ତିନି ଘଟିକା ସମୟରେ ପୂଜାର୍ଚନା କରି ତାଙ୍କ ବସିଥିବା ରଥକୁ ଟାଣି ନେଇଥିଲେ ଭକ୍ତ । ଅଧିକ ଭିଡ ହେବା ଦେଖି ପ୍ରଶାସନ ପକ୍ଷରୁ ମଧ୍ୟ କଡା ସୁରକ୍ଷ୍ୟା ବ୍ୟବସ୍ଥା କରା ଯାଇଥିଲା। ଗହଳିକୁ ଦୃଷ୍ଟିରେ ରଖି ବାଲିଗୁଡା ପୁଲିସ ସହର ମଧ୍ୟ୍ୟରେ ଥିବା ପ୍ରତ୍ୟେକ ଛକରେ ପୋର୍ଷ ମୁତୟନ କରିଥିଲା ଏବଂ ଏଥିରେ ମେଡିକାଲ ଟିମ ଓ ଦମଖଳ ବାହିନୀ ମଧ୍ୟ ଉପସ୍ଥିତି ଥିବା ଦେଖିବାକୁ ମିଳିଛି ।ଏଥିରେ ପ୍ରାୟ ଦଶ ହଜାରୁ ଉର୍ଦ୍ଧ ଭକ୍ତ ଉପସ୍ଥିତି ରହି ଏହି ଯାତ୍ରାକୁ ସମାପ୍ତ କରିଥିଲେ ।