ଭଞ୍ଜନଗର(ନିଲୁ ବିଷୋୟୀ): ଜନସାଧାରଣଙ୍କ ସୁରକ୍ଷା ସାଙ୍ଗକୁ ରକ୍ତଦେଇ ଜୀବନ ବଞ୍ଚାଇବା ଭଳି ମହତ କାର୍ଯ୍ୟ ପାଇଁ ରକ୍ତଦାନ ଶିବିର ଆୟୋଜନ ହୋଇଛି । ବିଶେଷ କରି ଏହି ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ପୂରଣ କରିବା ଦିଗରେ ଗୁରୁବାର ଭଞ୍ଜନଗର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଭଞ୍ଜନଗର ଓ ଆଖପାଖ ଗ୍ରାମାଞ୍ଚଳରୁ ବହୁ ଉତ୍ସାହୀ ଯୁବକ ସାମିଲ ହୋଇ ରକ୍ତଦାନ କରିଥିଲେ । କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମେଡ଼ିକାଲ ଅଧିକ୍ଷକ ଡ଼. ସିଂତାଶୁ ଶେଖର ଶତପଥୀ, ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଯୁବ ନେତା ଶିବ ଶଙ୍କର ପ୍ରଧାନ, ଜ୍ୟୋତି ସ୍ୱାମୀ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମୋଟ ୧୧୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । କାଯ୍ୟକ୍ରମରେ ବରିଷ୍ଠ ନେତା ଧୋବା ଗୌଡ଼, ସୁବାସ ବରାଡ, ବ୍ରହ୍ମାନନ୍ଦ ଦାସ, ଶିବ ପ୍ରସାଦ ମହାପାତ୍ର, ରବୀନ୍ଦ୍ର କୁମାର ଗୌଡ଼, ହୃଷିକେଶ ପ୍ରଧାନ, ମନୋଜ ପଣ୍ଡା, ନାରାୟଣ ନାୟକ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗୃହୀତ କରିଥିଲେ।