ଅଵସର ପ୍ରାପ୍ତ ସିଆରପିଏଫ ଯବାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା, ପାରମ୍ପରିକ ଚାଙ୍ଗୁ ବାଜା ଓ ନୃତ୍ୟରେ ପାଛୋଟ ଆଣିଲେ କେପଡ଼ି ଅଞ୍ଚଳ ବାସୀ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ କତିଙ୍ଗିଆ ଗ୍ରାମ ପଞ୍ଚାୟତ କେପଡ଼ି(ପାଙ୍ଗାନାଜୁ) ଗ୍ରାମର ବାସିନ୍ଦା ଅବସର ପ୍ରାପ୍ତ ସିଆରପିଏଫ ଯବାନ ଜନେକ ପ୍ରଧାନ(୬୦)ଙ୍କୁ ଭବ୍ୟ ସମ୍ବର୍ଦ୍ଧିନା କରିଛନ୍ତି ଅଞ୍ଚଳ ବାସୀ l ଅବସର ଯବାନ ୧୯୮୯ରେ ଦୀମାପୁର, ନାଗଲାଣ୍ଡ ସିଟି କନଷ୍ଟେବଲ ଭାବେ ଦେଶ ସେବାରେ ଯବାନ ଭାବେ ଯୋଗଦାନ କରିଥିଲେ l ଦୀର୍ଘ ୩୫ବର୍ଷ ଦେଶ ସେବା କରିବା ପରେ ସିଆରପିଏଫ ଯବାନ ଏସଏମ ସୁବେଦାର ମେଜର ଭାବେ ପଦନ୍ନତି ପାଇ ଅବସର ଗ୍ରହଣ କରିଛନ୍ତି l ତାଙ୍କର ଜୀବନ କାଳରେ ୧୯୯୯ ମସିହାରେ କାର୍ଗିଲ ଯୁଦ୍ଧରେ ଯୋଗଦାନ କରି ଦେଶ ପାଇଁ ଯୁଦ୍ଧ ରେ ଅଂଶ ଗ୍ରହଣ କରିଥିଲେ l ଏହା ବ୍ୟତୀତ ଏସଏମ ସୁବେଦାର ମେଜର ଜନେକ ପ୍ରଧାନ ଜମ୍ମୁକାଶ୍ମୀର, ଛତିଶଗଡ଼, କେରଳ, ଅରୁଣାଚଳ ପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ଦେଶ ସେବା କରି ଥିବା ସୂଚନା ଦେଇଛନ୍ତି l ଏହି ଅବସରରେ ଅଞ୍ଚଳର ବାସିନ୍ଧା ଓ ପରିବାର ଲୋକ ଯବାନଙ୍କୁ ପାରମ୍ପାରିକ ଚାଙ୍ଗୁ ବାଜା ଓ ନୃତ୍ୟରେ ଲାବୁରୀ ଠାରୁ ବାଣ ଫୁଟାଇବା ସହ ଫୁଲମାଳ ଦେଇ ସ୍ୱାଗତ କରି ନିଜ ଗ୍ରାମକୁ କେପଡ଼ିକୁ ପାଛୋଟି ଆଣି ଥିଲେ l ଅବସର ପ୍ରାପ୍ତ ଯବାନଙ୍କ ଘରେ ଧନ୍ୟବାଦର ପ୍ରାର୍ଥନା ସଭା ଓ ଉପାସନାର ଆୟୋଜନ କରାଯାଇଥିଲା l ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେପଡ଼ି ଗ୍ରାମର ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ଥିଲେ l ଦୀର୍ଘ ୩୫ ବର୍ଷ ଦେଶ ସେବା କରି ମୁଁ ଆଜି ଗର୍ଵ ଅନୁଭବ କରୁଛି l ମୋର କାର୍ଯ୍ୟକାଳ ମଧ୍ୟରେ ବହୁ ବିପଦର ସମ୍ମୁଖୀନ ହୋଇ ମଧ୍ୟ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରିଛି l ଆଜି ମୁଁ ଦେଶର ସେବା କରି ପ୍ରଭୁଙ୍କ ଦୟାରୁ ସୁରକ୍ଷିତ ଭାବରେ ମୋ ଜନ୍ମ ମାଟି ଓ ପରିବାରକୁ ଫେରି ଆସିଛି l ଏହି ଖୁସିକୁ ମୁଁ ବର୍ଣ୍ଣନା କରି ପାରିବି ନାହିଁ l ଏହି ସମୟରେ ମୁଁ ଯୁବା ଓ ଯୁବତୀଙ୍କୁ ଆହ୍ୱାନ କରେ ଦେଶର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ ଓ ଦେଶର ସୁରକ୍ଷା କ୍ଷେତ୍ରରେ ନିଜକୁ ନିୟୋଜିତ କରନ୍ତୁ l ବର୍ତ୍ତମାନ ମୁଁ ଦେଶ ସେବା କରି ଅବସର ନେଇଛି ଏବେ ସମାଜ ସେବାରେ ନିଜକୁ ନିୟୋଜିତ କରିବି ବୋଲି ଅବସରରେ ପ୍ରାପ୍ତ ସିଆରପିଏଫ ଯବାନ ଜନେକ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି l
ଅବସରରେ ପ୍ରାପ୍ତ ସିଆରପିଏଫ ଯବାନଙ୍କୁ ପାଇ ପରିବାର ମଧ୍ୟ ବେଶ ଖୁସି ଥିବା କହିଛନ୍ତି ପରିବାରର ସଦସ୍ୟ l