ଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶଳା ଉଦଯାପିତ….

ଭଞ୍ଜନଗର(ନିଲୁ ବିଷୋୟୀ): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା  ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ  ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ  ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଉତ୍ତମ ସମାଜ ଗଠନରେ ଗୁରୁଜୀ ଗୁରୁମାଙ୍କ ଉଲେଖନିୟ  ଅବଦାନ ବିଷୟରେ ମାର୍ଗଦର୍ଶନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଦକ୍ଷିଣ ପୂର୍ବ ସମ୍ଭାଗ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ବିଷୋୟୀ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ ,ସମ୍ପାଦକ ପଦ୍ମନାଭ ପ୍ରଧାନ,କନ୍ଧମାଳ ଜିଲ୍ଲା ସହ ପ୍ରମୁଖ ଶ୍ରୀଯୁକ୍ତ ତ୍ରିନାଥ ଗୌଡ଼, ଦକ୍ଷିଣ ପୂର୍ବ ସଂଭାଗ ସଂଯଜକ  ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ ଯୋଗଦେଇଥିଲେ । ଭଞ୍ଜନଗର ସଙ୍କୁଳର  ୧୧ ଟି ଶିଶୁ ମନ୍ଦିରର ୧୨୦ ଜଣ ଗୁରୁଜୀ ଗିରୁମା ପ୍ରଶିକ୍ଷଣ ନେଇଥିଲେ ।ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା ସଂଯୋଜନା କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ  ପୂର୍ଣ୍ଣ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।