ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟି ତରଫରୁ ଚଳିତ ନିର୍ବାଚନରେ କନ୍ଧମାଳ ସାଂସଦୀୟ କ୍ଷେତ୍ରରେ ବିଫୁଲ ବିଜୟ ହାସଲ ପରେ ପ୍ରଥମ ଥର ବାଲିଗୁଡା ନିର୍ବାଚନ ମଣ୍ଡଳିର ଚାରୋଟି ବ୍ଲକ ଗସ୍ତ କରିଛନ୍ତି ସଂସଦ ସୁକାନ୍ତ ପାଣିଗ୍ରାହୀ l ନବନିର୍ବାଚିତ ସାଂସଦ ଶ୍ରୀ ପାଣିଗ୍ରାହୀ କ. ନୂଆଂଗା, ବାଲିଗୁଡା, ତୁମ୍ବୁଡ଼ିବନ୍ଦ, ଏବଂ କୋଟଗଡ ବ୍ଲକ ଗସ୍ତ କରି ମତଦାତାଙ୍କୁ ଉତ୍ସହିତ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ସମସ୍ତ ବ୍ଲକରେ ବିଜେପି କର୍ମି ଓ ସମର୍ଥକ ଶତାଧିକ ସଂଖ୍ୟାରେ ଉପସ୍ଥିତି ରହି ନବ ନିର୍ବାଚିତ ସଂସଦଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ଏହି ପରିପେକ୍ଷୀରେ ତୁମ୍ବୁଡ଼ିବନ୍ଧ ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସଂସୃତ କନ୍ୟା ଆଶ୍ରମ ଜଳେଶପଟା ପରିସରକୁ ଯାଇ ସ୍ୱାମୀଜିଙ୍କ ଫୋଟ ମୂର୍ତ୍ତି ରେ ଫୁଲ୍ୟ ମାଳା ଅର୍ପଣ ପାରେ ଅନ୍ତୋବାସୀ ଛାତ୍ରୀମାନଙ୍କୁ ଓ ଗୁରୁଜୀ, ଗୁରୁମାଙ୍କୁ ସାକ୍ଷାତ କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସ୍ୱାମୀଜିଙ୍କ ଅଧୁରା ସ୍ୱପ୍ନ ସାକାର କରିବାରେ ମୁଁ ଯଥା ସମ୍ଭବ ମୁଁ ସହାୟକ କରିବି ବୋଲି କହିଛନ୍ତି ନବନିର୍ବାଚିତ ସାଂସଦ । ଏହି କାର୍ଯ୍ୟକ୍ରମରେ ବିଜେପିର ସମସ୍ତ କର୍ମ କର୍ତା ଓ ବିଜେପି ନେତ୍ରୀ ଉପସ୍ଥିତି ଥିବା ଦେଖିବାକୁ ମିଳିଛି ।