ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ବିଶାଳ ବିଜୟ ଶୋଭାଯାତ୍ରା….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ବିଶାଳ ବିଜୟ ଶୋଭଯାତ୍ରା ଆଜି ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ନବ ନିର୍ବାଚିତ ବିଧାୟକ ପ୍ରଦ୍ୟୁମ୍ନଙ୍କ ସମେତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେମାନଙ୍କୁ ହଜାର ହଜାର କର୍ମୀ, ସର୍ମଥକ ଓ ଶୁଭେଚ୍ଛୁ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ରାସ୍ତାରେ ବିଭିନ୍ନ ଛକରେ ଶତାଧିକ ପୁରୁଷ ଓ ମହିଳା ପୁଷ୍ପମାଲ୍ୟ ଓ ପୁଲତୋଡା ଦେଇ ସ୍ବାଗତ କରିଥିଲେ। ଦୀର୍ଘ ବର୍ଷରେ ନିର୍ବାଚନ ମଣ୍ଡଳୀବାସୀ ବିଜେଡିକୁ ହରାଇ ଭାରତୀୟ ଜନତା ପାର୍ଟିକୁ ବିଜୟ କରି ତାଙ୍କୁ ବିଧାନସଭାକୁ ପଠାଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ରାସ୍ତାର ବିଭିନ୍ନ ସ୍ଥାନରେ ସ୍ବାଗତ ଜଣାଇ ସୁଉଚ୍ଚ ତୋରଣ ହୋଇଥିବା ବେଳେ ବାଜାବାଜଣା ସହ ପ୍ରବଳ ଆତସବାଜୀ ଯୋଗୁ ଅଦିନିଆ ଦିପାବଳୀର ଭ୍ରମ ସୃଷ୍ଟି ହୋଇଥିଲା । ଅପରାହ୍ନରେ ଏହି ଶୋଭଯାତ୍ରା କଇଣ୍ଡି ହନୁମାନ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଆରମ୍ଭ ହୋଇଥିଲା। ଏହାପରେ ଜିଲୁଣ୍ଡି ଅତିକ୍ରମ କରି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା ପରେ ବାଇପାସ୍‌ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ବାଉଁଶଲୁଣ୍ଡି ଅତିକ୍ରମ କରି ସହର ମଧ୍ୟରେ ଥିବା ପୁରୁଣାବଜାର ସାହି ଠାକୁରାଣୀ ଦେବୀଙ୍କ ନିକଟରେ ପୁଜା କରିଥିଲେ। ଏହାପରେ ସହର ମଧ୍ୟରେ ଏହି ଶୋଭାଯାତ୍ରା ହେବା ସହ ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ। ଏହାସହ ବ୍ଳକ ରୋଡ, ଭେଜିପୁଟ, ଚକରା ବିଶୋୟୀ ଛକ ଠାରୁ ଷ୍ଟେଟ୍‌ ବ୍ୟାଙ୍କ ଛକ,ଖାଲାସାହି ମେନ୍‌ରୋଡ଼ ଅତିକ୍ରମ କରି କବି ସମ୍ରାଟ ଷ୍ଟାଡିୟମ ବା ଜେଲ ପଡିଆ ଠାରେ ଏକ ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଉଭୟ ବିଧାୟକ ଶ୍ରୀ ନାୟକ ଏବଂ ସାଂସଦ ସମ୍ବୋଧିତ କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଶ୍ରୀ ନାୟକ ନିଜର ପ୍ରତିକ୍ରିୟାରେ ଜନସାଧାରଣଙ୍କୁ ବିଜୟର ଶ୍ରେୟ ଭଞ୍ଜନଗର ନିର୍ବାଚନମଣ୍ଡଳୀ ବାସୀକୁ ପ୍ରଦାନ କରଥିଲେ। ନିଜ ମାଟିର ହକ୍‌ ଓ ଓଡ଼ିଆ ଅସ୍ମିତା ପାଇଁ ରାଜନୀତି କରୁଥିବା ବିଜେପି ଦଳ ରାଜ୍ୟରେ ବିପୁଳ ଜନମତ ପାଇ ନୂଆ ଓଡ଼ିଶାର ନିର୍ମାଣ ବିନ୍ଧାଣି ସାଜିବ। ଭଞ୍ଜମାଟିର ସମ୍ମାନ ରକ୍ଷା ଓ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ। ଏଥିରେ ବିଜେପି ସର୍ମଥିତ ଅନେକ ଜନପ୍ରତିନିଧି, ଯୁବ‌ ନେତୃବର୍ଗ, ବିଜେପି କର୍ମୀ ସାମିଲ ହୋଇଥିଲେ ।