ହୃଦଘାତରେ ଯୁବ ବ୍ୟାଙ୍କ ଶାଖା ପରିଚାଳକଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଏନଏସି ୱାର୍ଡ ନମ୍ବର – 9 କଚେରୀ ସାହିର ଯଶୋବନ୍ତ ନାରାୟଣ ଦଳବେହେରା (33) ଶିବୁଙ୍କ ହୃଦଘାତ ଜନିତ ରୋଗରେ ପୀଡିତ ହୋଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ନବରଙ୍ଗପୁର ଶାଖା ଠାରେ କାର୍ଯ୍ୟରତ ସମୟ ରେ ମୃତ୍ୟୁ ବରଣ କରିଛନ୍ତି I ତାଙ୍କ ପିତା ଭରତ ଭୂଷଣ ଦଳବେହେରା ଜଣେ ଅବସର ପ୍ରାପ୍ତ ଡାକ ବିଭାଗ କର୍ମଚାରୀ ଥିଲେ , ମାତା-ରୁକ୍ମଣୀ ଦଳବେହେରା ଜଣେ ଗୃହିଣୀ ଅଟନ୍ତି I ସେ ଦୁଇ ବର୍ଷ ପୂର୍ବେ ଅନୁଗୁଳ ଜିଲ୍ଲାର କୁସୁମୀ ଗ୍ରାମର ପ୍ରଜନ ପରିମିତା ନାୟକଙ୍କୁ ବିବାହ କରିଥିଲେ I ଯଶୋବନ୍ତଙ୍କ 4 ମାସର ଏକ କନ୍ୟାରତ୍ନ ଟିଏ ଅଛି I ସୂଚନା ପ୍ରକାରେ ଗତ ମଙ୍ଗଳବାର ନବ ରଙ୍ଗପୁର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଶାଖାରେ ସେ କାର୍ଯ୍ୟ ରତ ସମୟରେ ହୃଦଘାତ ଜନିତ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି I ତାଙ୍କ ମର ଶରୀର ଆଜି ଘୁ.ଉଦୟଗିରି ସ୍ଥିତ ନିଜ ବାସଭବନକୁ ଅଣାଯାଇ ହିନ୍ଦୁ ରୀତି ନୀତି ନିୟମ ଅନୁଯାୟୀ ଘୁ.ଉଦୟଗିରି ସ୍ମଶାନରେ ଶେଷକୃତ୍ୟ କରାଯାଇଛି I ଏ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I