ମାନସିକ ବିକାରଗ୍ରସ୍ତଙ୍କ ସେବା କଲା ବିପଦର ବନ୍ଧୁ….

ଭଞ୍ଜନଗର(ନିଲୁ ବିଷୋୟୀ): ମାନବିକତାର ମୁଲ୍ୟବୋଧକୁ ବୁଝି ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ସେବା କଲେ ସ୍ବେଚ୍ଛାସେବୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଭିନ୍ନ ଜନଗହଳି ସ୍ଥାନରେ ରହୁଥିବା, ରାସ୍ତାରେ ଏଣେତେଣେ ବୁଲୁଥିବା, ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଥିବା ଓ ନାଳ ନର୍ଦ୍ଦମାରୁ ଖାଦ୍ୟ ସଂଗ୍ରହ କରି ଖାଉଥିବା ମାନସିକ ବିକାରଗ୍ରସ୍ତଙ୍କୁ ସହଯୋଗର ହାତ ବଢାଇଛି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ। ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର କନିଶି ନିକଟସ୍ଥ ମିଶନ ଆଶ୍ରା ନାମକ ଏକ ଆଶ୍ରମକୁ ପଠାଇଛନ୍ତି। ସମାଜର ନୈତିକତା ଏବଂ ସାଧାରଣ ଜୀବନ ବଞ୍ଚାଇବା ପାଇଁ ସଦାସର୍ବଦା ପ୍ରଚେଷ୍ଟିତ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନ ଭଞ୍ଜନଗରର ସଦସ୍ୟ ସଦା ବେଳେ ମାନସିକ ବିକାରଗ୍ରସ୍ତଙ୍କ ସେବା କରି ଆସିଥାଏ । ସେମାନଙ୍କୁ ମାସିକ ସେଭିଂ କରି ଗାଧୋଇବା ସହ ନୂତନ ପୋଷାକ ଏବଂ ରନ୍ଧା ଖାଦ୍ୟ ଦେଇ ପାରିବାରିକ ସଦସ୍ୟ ପରି ବ୍ୟବହାର କରିଥାନ୍ତି । ଏହି କ୍ରମରେ ଆଉ ଏକ ମହନୀୟ କାର୍ଯ୍ୟ ହାତକୁ ନେଇଛନ୍ତି ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟ । ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ରହୁଥିବା ଅନେକ ମାନସିକ ବିକାରଗ୍ରସ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର କନିଷି ସ୍ଥିତ ମିଶନ ଆଶ୍ରାକୁ ପଠାଇଛନ୍ତି । ସେଠାରେ ସେମାନଙ୍କ ଚିକିତ୍ସା କରିବା ସହ ଆଶ୍ରମ ରେ ସେମାନଙ୍କୁ ରଖି ସାଧାରଣ ଜୀବନ ବଞ୍ଚାଇବାକୁ ଏକ ପ୍ରୟାସ କରାଯାଉଥିବା ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ଅରକ୍ଷିତ ପରିଚ୍ଛା ପ୍ରକାଶ କରିଛନ୍ତି ।