ପାନୀୟ ଜଳ ଯୋଗାଇ ପେନାଗବେରୀ ଗ୍ରାମବାସୀଙ୍କ ଦୁଃଖ ଦୂର କଲେ ପ୍ରଶାସନ, ଅଞ୍ଚଳ ବାସୀଙ୍କ ମଧ୍ୟରେ ଖେଳିଲା ଖୁସିର ଲହରୀ…..

ଟିକାବାଲି(ସାନୁଜ କୁମାର ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ ପେନାଗବେରୀ ଗ୍ରାମବାସୀଙ୍କ ଦୁଃଖ ଦୂର କଲେ ପ୍ରଶାସନ l ଗତ 29/5/2024/ତାରିଖ ବୁଧବାର ଦିନ ଗ୍ରାମବାସୀ ପିଇବା ପାଣି ପାଇଁ ଟିକାବାଲି ବ୍ଳବ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ଗ୍ରାମବାସୀ l ଟ୍ୟାଙ୍କର ଯୋଗେ ପାଣି ଦିଆଯିବ ବୋଲି ଟିକାବାଲି ଗୋଷ୍ଠୀଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ ପ୍ରତିଶୃତି ଦେଇଥିଲେ l ଉକ୍ତ ଗ୍ରାମରେ ପାଣିସମସ୍ୟା ସମାଧାନ ପାଇଁ ସାମ୍ବାଦିକମାନଙ୍କ ସମେତ କନ୍ଧମାଳ ପ୍ରଗତି ମିଳିତ ମହାସଂଘ ତରଫରୁ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା l ଫଳସ୍ୱରୂପ ଗୋଷ୍ଠୀଉନ୍ନୟନ ଅଧିକାରୀ ନିଜ ପ୍ରତିଶ୍ରୁତି ରଖିବାକୁ ଯାଇ କନ୍ଧମାଳ ଜିଲ୍ଲା ପାଳଙ୍କୁ ଉକ୍ତ ଗାଁରେ ନଳକୂପ ଖୋଲିବା ପାଇଁ ଅନୁରୋଧ କରିଥିଲେ l ଯାହା କି ଆଜି ପେନାଗବେରୀ ଗ୍ରାମ ବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ସହିତ ନଳକୂପ ଖୋଲି ପାଣିସମସ୍ୟାର ସମାଧାନ କରିଛନ୍ତି ଜିଲ୍ଲା ପ୍ରଶାସନ l ବାସ୍ତବରେ ସ୍ଥାନୀୟ ଗୋଷ୍ଠୀଉନ୍ନୟନ ଅଧିକାରୀ ହେଉଛନ୍ତି ଜଣେ ଦରଦୀ ବନ୍ଧୁ ଭାବରେ ଟିକାବାଲି ଅଞ୍ଚଳରେ ବେସ ପରିଚିତ l ଏହା ସହିତ ଗରିବ ଅସହାୟ , ଦୁଃଖୀରଙ୍କୀଙ୍କ କଥାକୁ ଠିକ ଭାବରେ ବୁଝିପାରନ୍ତି ଏବଂ ସାହାଯ୍ୟ ଓ ସହଯୋଗର ହାତ ବଡେଇ ପ୍ରାୟତଃ, ଛୋଟ ବଡ଼ ସମସ୍ୟାର ସମସ୍ୟାକୁ ସମାଧାନ ପାଇଁ ଚେଷ୍ଟା କରି ଥାନ୍ତି l ଏପରି ପ୍ରତ୍ୟେକ କ୍ଷେତ୍ରରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଜସ୍ବସ୍ବୀ ଅଞ୍ଚଳରେ ସୁନାମ ଅର୍ଜନ କରିଛନ୍ତି l ପାଣି ସମସ୍ୟାର ସମାଧାନ ପରେ ଆଜି ପେନାଗବେରୀ ଗ୍ରାମବାସୀଙ୍କ ମନରେ ଖୁସି ଓ ଆନନ୍ଦ ଉଲ୍ଲାସ କହିଲେ ନ ସରେ l କାରଣ ଗ୍ରାମବାସୀ ଅନେକ ଦୁଃଖ ଓ କଷ୍ଟରେ ପିଇବା ପାଣି ପାଇଁ ହନ୍ତ ସନ୍ତ ହେଉଥିଲେ l ଗ୍ରାମବାସୀଙ୍କ ପାଇଁ ଦେବଦୂତ ସାଜି ଦୁଃଖ ଦାଉରୁ ଉଦ୍ଧାର କଲେ ବିଡ଼ିଓ ମନୋଜ କୁମାର ପାଢ଼ୀ l
ଏହି ଖୁସିରେ ସମସ୍ତ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସାଲିମା ପ୍ରଧାନ, ଗୋଷ୍ଟି ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ, ଘୁ.ଉଦୟଗିରି ଜଳ ଯୋଗାଣ ଏସ. ଡ଼ି. ଓ, ରଙ୍କନିଧି ମାଝୀ ଏବଂ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ନାରାୟଣ ନାୟକଙ୍କୁ ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ, ଓଡିଶା ଗ୍ରାମ୍ୟ ଉର୍ଣ୍ଣୟନ ସଂସ୍ଥା ଓ ମହାସଂଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରା ଯାଇଥିବା ଦେଖିବାକୁ ମିଳିଛି l