କାମ୍ବାନାଜୁରେ ହାତୀ ଉପଦ୍ରଵ: ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ଓ ଚିନ୍ତାରେ ଚାଷୀ, ହାତୀ ଘଉଡ଼େଇବାରେ ଫେଲ ବନବିଭାଗ…

ଅନୁସନ୍ଧାନ ଭାରତ(ବ୍ୟୁର): ଜନ ବସତି ମୁହାଁ ହାତୀ ପଲ l ଘୁ.ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ହାତୀପଲ ଉପଦ୍ରଵ ବଢିବାରେ ଲାଗିଛି l ହେଲେ ହାତୀ ଘଉଡ଼ାଇବାରେ ବନବିଭାଗ ଫେଲ ମାରି ଥିବା କହିଛନ୍ତି ଅଞ୍ଚଳବାସୀ l କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କାମ୍ବାନାଜୁ ଠାରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି l ଯାହା ପାଇଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତ୍ରି ପ୍ରାୟ 11 ଘଣ୍ଟା ସମୟରେ 14 ଟିକିଆ ହାତୀ ପଲ ପାଟିଙ୍ଗ ସରୁ-ମୁଙ୍ଗେଲ ବାଡି ନାମକ ରାସ୍ତା ଦେଇ ବତୀଙ୍ଗିଆର କାମ୍ବାନାଜୁ ସ୍ଥିତ ଲେଙ୍କା ନାୟକଙ୍କ ମକା ବାଡରେ ପଶି ମକା ଖାଇବା ସହ କୁଡ଼ିଆ ନଷ୍ଟ କରି ବ୍ୟାପକ କ୍ଷୟ କ୍ଷତି କରିବା ସହ ବଗିଚାରେ ଥିବା ସାର ଏଣେ ତେଣେ ବିଞ୍ଚି ଦେଇ ଥିଲେ l ଖବର ପାଇ ଗ୍ରାମ ବାସୀ ସେଠାରେ ପହଁଚି ହାତୀ ଘଉଡ଼େଇବା ପାଇଁ ଉଦ୍ୟମ କରିବା ସହ ବନବିଭାଗକୁ ଖବର ଦେଇ ଥିଲେ l କିନ୍ତୁ ବନବିଭାଗ ପକ୍ଷରୁ କୌଣସି କର୍ମଚାରୀ ସେଠାରେ ପହଂଚି ନ ଥିବା ଗ୍ରାମ ବାସୀ କହିଛନ୍ତି l ଗ୍ରାମ ବାସୀଙ୍କ କହିବା ଅନୁସାରେ 11 ଟିକିଆ ହାତୀପଲ ମକା ବାଡରେ ଫସଲ ଖାଉ ଥିବା ବେଳେ ଅନ୍ୟ ତିନୋଟି ଦନ୍ତା ହାତୀ କିଛି ଦୂରରେ ଥିଲେ l କାମ୍ବାନାଜୁ ଗ୍ରାମବାସୀ ହାତୀ ପଲକୁ ନିଆଁ ଓ ବାଜାଵାଜଣାରେ ଘଉଡ଼େଇବା ପରେ ହାତୀପଲ କାମୀନାଜୁ ଗ୍ରାମ ଜଙ୍ଗଲକୁ ଯାଇ ସେଠାରେ ଫସଲ ଖାଇ ପୁଣି ସେହି କିଆରିକୁ ଫେରି ଥିଲେ l ପୁଣି ଗ୍ରାମ ବାସୀ ହାତୀପଲ ଘଉଡ଼ାଇଥିଲେ l  ହାତୀ ପଲ ବର୍ତ୍ତମାନ ପାଲାକାମାହା ସରୁ ନାମକ ସ୍ଥାନରେ ଥିବା ଗ୍ରାମବାସୀ କହିଛନ୍ତି l ଏହି ମକା କିଆରୀ ଜନବସତି ଠାରୁ ମାତ୍ର 20 ରୁ 30 ମିଟର ଦୂରରେ ଅବସ୍ଥିତ l ତେଣୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା କହିବା ସହ ଯଥା ସମ୍ଭବ ପ୍ରଶାସନ ହାତୀ ଘଉଡ଼େଇବା ପାଇଁ ଦାବୀ କରିଛନ୍ତି ଟାର୍ଜନ ସାହୁ, ପିଟର ନାୟକ, ଅନାମ ନାୟକ, ସଲମାନ ନାୟକ, ବିପ୍ର ଚରଣ ପ୍ରଧାନ, ବିବେକାନନ୍ଦ ପ୍ରଧାନ, ଯହାଲାଲ ପ୍ରଧାନ, ଚନ୍ଦ୍ରକାନ୍ତ ପ୍ରଧାନ, ଜିହଷୟ ନାୟକ ଓ ଚିଣ୍ଟୁ ନାୟକ l ଯଦି ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ନ ନିଅନ୍ତି ତାହାହେଲେ ଯଦି କୌଣସି ଧନ ଜୀବନ ହାନି ଘଟେ ପ୍ରଶାସନ ଦାୟୀ ରହିବେ ବୋଲି ପ୍ରତିକ୍ରିୟା ଦେଇ ଛନ୍ତି l