ଭଞ୍ଜନଗର(ନିଲୁ ବିଷୋୟୀ): ଦୁଇ ବାଇକରେ ଗଞ୍ଜେଇ ଚାଲାଣ ବେଳେ ତାରାସିଙ୍ଗି ପୁଲିସ ୨୪ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ପ୍ରକାରେ, ଗୁରୁବାର ତାରାସିଙ୍ଗି ପୁଲିସ କନ୍ଧମାଳ ପଟୁ ଦୁଇ ଯୁବକ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବିଶେଷ ସୂତ୍ରରୁ ପାଇ ବଦାଙ୍ଗି ନିକଟରେ ଯାଞ୍ଚ କରିଥିଲା । ଜଣେ ଯୁବକ ବାଇକ ଛାଡି ଫେରାର ହୋଇ ଯାଇଥିବା ବେଳେ ନୟାଗଡ଼ ଜିଲ୍ଲା ସଦର ଥାନା ବାରବାଟି ଗ୍ରାମର ସୁଶାନ୍ତ କୁମାର ପ୍ରଧାନ (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ମୋଟ ୨୪ କେଜି ୪୫୦ ଗ୍ରାମ ଗଞ୍ଜେଇ ସହିତ ନଗଦ ୧୦ ହଜାର ୬୦୦ ଟଙ୍କା, ଦୁଇ ବାଇକ ଜବତ କରିବା ସହ ଏନଡିପିଏସ୍ ଆକ୍ଟ ଅନୁଯାୟୀ କେସ ନଂ ୧୭୭/୨୪ରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ।