ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଠାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ପବନ ଜାରି ହୋଇଛି l ଠିକ ସନ୍ଧ୍ୟ ପାଞ୍ଚ ଘଣ୍ଟା ସମୟରେ ହଠାତ କଳା ମେଘ ମାଡ଼ି ଆସି ଥିଲା ଓ କିଛି ସମୟ ଭିତରେ ପବନ ସହ ବାଦଲ ଫଟା ବର୍ଷା ହୋଇ ଥିଲା l କିଛି ଦିନ ଧରି ଅଞ୍ଚଳ ବାସୀ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉ ଥିଲେ l ହେଲେ ଏହି ବାଦଲ ଫଟା ବର୍ଷା ଯୋଗୁଁ ଅଞ୍ଚଳ ବାସୀଙ୍କୁ ଗରମରୁ ଆଶ୍ବସ୍ଥି ମିଳିଛି l ଘଡଘଡି ସହ ବର୍ଷା ହେବା ପରେ ଅଞ୍ଚଳରେ ବିଦ୍ୟୁତ ସରବ ରାହ ବନ୍ଦ ରହିଛି l ଗତ 29 ତାରିଖରେ ମଧ୍ୟ ଏପରି ଭାବରେ ବାଦଲ ଫଟା ବର୍ଷା ହୋଇ ଥିଲା l ହେଲେ ମଧ୍ୟ ସମଗ୍ର କନ୍ଧମାଳ ଜିଲ୍ଲାରେ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ତାତି ଅନୁଭୂତ ହେଉ ଥିଲା l