ଭଞ୍ଜନଗର(ନିଲୁ ବିଷୋୟୀ): ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ପରିସରରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜର ଗ୍ରନ୍ଥାଗାର ସହାୟକ ସନ୍ତୋଷ କୁମାର ଦଳାଇଙ୍କ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚାସିନ ଅତିଥି ମାନଙ୍କର କର୍ମଚାରୀ ସମନ୍ବୟ ସମିତିର ସମ୍ପାଦକ ରାଧାମାଧବ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼, ମିହିର କୁମାର ଶତପଥୀ, ପ୍ରଶାନ୍ତ ରଥ, ଭାସ୍କର ଗୌଡ଼, ଅଧ୍ୟାପକ ସୁନିର କାନ୍ତ ମିଶ୍ର, ସୁନିଲ କୁମାର ମୁନି, ହାଡୁବନ୍ଧୁ ପ୍ରଧାନ, ବିଜ୍ଞାନ ପରିଚାଳିକ ଶଙ୍କରଶଣ ପାତ୍ର, ଏ ରାମ ମୂର୍ତ୍ତି ଦୋରା, ଅଧ୍ୟାପିକା ସୁଶ୍ରୀ ସୁନିତା ଗୌଡ଼, ମୁଖ୍ୟ କିରାଣୀ ମଦନ ମାଝୀ ଓ ସରୋଜ କୁମାର ନାୟକ ଯୋଗ ଦେଇ ଦଲାଇଙ୍କ ଦୀର୍ଘ ୩୪ ବର୍ଷର ନିଃସ୍ଵାର୍ଥପର ସେବା, ବିଭିନ୍ନ କାର୍ଯ୍ୟକ୍ରମରେ ଦକ୍ଷତା, ଛାତ୍ରଛାତ୍ରୀ ମାନଙ୍କ ସେବା ଉପରେ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସେ କଲେଜର ସମସ୍ତଙ୍କର ପ୍ରିୟପାତ୍ର ଥିଲେ । କଲେଜର ପ୍ରତିଷ୍ଠାତା ସଭ୍ୟ ଭାବରେ ତାଙ୍କର ଅବଦାନ ଚିରସ୍ମରଣୀୟ । ଗ୍ରନ୍ଥାଗାର ବ୍ୟତୀତ କଲେଜର ଅନ୍ୟାନ୍ୟ ବିଭାଗର ଦାୟିତ୍ଵ ମଧ୍ୟ ସୁଚାରୁରୂପେ ସମ୍ପନ୍ନ କରୁଥିଲେ । ତାଙ୍କର ଅବସର ପରେ ଅନୁଷ୍ଠାନରରେ ସୃଷ୍ଟି ହୋଇଥିବା ବିରାଟ ଶୂନ୍ୟସ୍ଥାନ ସର୍ବଦା ଅପୂରଣୀୟ । ଶେଷରେ ସମ୍ପାଦକ ସମସ୍ତ ଅତିଥି ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।