ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟରେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ବାକି ଅଛି । ତାପରେ ଭୋଟ ଗଣତିକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଏବଂ ନିର୍ବାଚନ ପରବର୍ତୀ ଅଶାନ୍ତିକୁ ଏଡାଇବା ପାଇଁ ପୁଲିସ୍ ପକ୍ଷରୁ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ,ଯାଞ୍ଚ,ବ୍ଳକିଂ ସହ ସଚେତନତା କରାଯାଉଛି । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ରାତି ସାଢେ ୮ଟାରୁ ସକାଳ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବାକୁ ମାଇକ ଯୋଗେ ପୁଲିସ୍ ପକ୍ଷରୁ ସଚେତନ କରାଯାଇଛି । ବିଶେଷ କରି ଚାହା ଓ ପାନ ଦୋକନ ସହ ଢାବା ହୋଟେଲ ଆଦି ଏହି ସମୟ ଅବଧି ପରେ ଯେଭଳି ନଖୋଲେ ସେଥି ନିମନ୍ତେ ଏସ୍ପି ଜଗମୋହନ ମୀନା ନିର୍ଦ୍ଦେଶଜାରି କରିବା ସହ ନିଜେ ସରପ୍ରାଇଜ ଭିଜିଟ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ସତର୍କତାମୂଳକ ପଦେକ୍ଷପ ନିଆଯାଉଛି । କୌଣସି ସ୍ଥାନରେ ଅସାମାଜିକ ଗତିବିଧି ଲକ୍ଷ୍ୟ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍ପି କହିଥିବା ବେଳେ ଏଭଳି ସୁରକ୍ଷା ବ୍ୟବସ୍ଥା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି I