ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ ବନାଞ୍ଚଳ କର୍ମଚାରୀଙ୍କ ଦ୍ୱାରା ୧୦୨ ଖଣ୍ଡ ଶାଳ କାଠ ସହ ବୋଲେରୋ ପିକଅପ ଜବତ କରାଯାଇଛି I ବନପାଳଙ୍କ ସୂଚନାନୁଯାୟୀ ବିଳମ୍ବିତ ରାତ୍ରିରେ କୋଟଗଡ ବନାଞ୍ଚଳ ପକ୍ଷରୁ ଝରିଘାଟି ନିକଟରେ ପେଟ୍ରୋଲିଙ୍ଗ ସମୟରେ ଏକ ବୋଲେରୋ ପିକଅପ ତୁମୁଡିବନ୍ଧ ଆଡୁ କୋଟଗଡ଼ ଅଭିମୁଖେ ଦ୍ରୁତ ବେଗରେ ଯାଉଥିଲା I
ବନକର୍ମଚାରୀଙ୍କୁ ସନ୍ଦେହ ହେବାରୁ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା, ବନପାଳ ପ୍ରଭାତ କୁମାର ଦୋରା, ଯୋଗେଶ୍ୱର ଧାରୁଆ, କିରଣଵାଳା ସ୍ୱାଇଁ ସମେତ ବନ କର୍ମଚାରୀ ମିଶି ପିଛା କରିଥିଲେ I ଫଳରେ କାଠ ବୋଝେଇ ଗାଡିଟି କୋଟଗଡ ହରିପୁର ନିକଟରେ ଅଟକିବା ସହ ଗାଡିଚାଳକ ଚତୁରତାର ସହ ଜଙ୍ଗଲକୁ ଦୌଡ଼ି ଚାଲି ଯାଇଥିଲା I ଫଳରେ ଘଟଣା ସ୍ଥଲରୁ ୧୦୨ ଖଣ୍ଡ ଶାଳ କାଠ ସହ ବୋଲେରୋ ପିକଅପକୁ ବନକର୍ମଚାରି ଜବତ କରିଥିଲେ I