ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଗୋଷ୍ଠୀ କୃଷି କେନ୍ଦ୍ର ଠାରେ ଭାରତ ସରକାରଙ୍କ ଦ୍ୱାରା ଆଜାଦିକା ଅମୃତ-୭୫ କ୍ୟାମ୍ପେନର ଅଧୀନରେ ଫସଲ ବୀମା ସପ୍ତାହ ପାଳିତ ହୋଇଛି I ଏହି କ୍ୟାମ୍ପେନ କାର୍ଯ୍ୟକ୍ରମ ଚଳିତ ମାସ ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ I
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ସଥପଥୀ, ସ୍ଥାନୀୟ ତହସିଲଦାର ଡ. ଜନ୍ମେଜୟ ସାହୁ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ରଥକୁ ସବୁଜ ପତକା ଦେଖାଇ ଥିଲେ I ଏହି ଭ୍ରାମ୍ୟମାଣ ରଥ ଘୁ.ଉଦୟଗିରି ବ୍ଲକର ସମସ୍ତ ପଞ୍ଚାୟତ ବୁଲି ଫସଲ ବୀମା ସମ୍ବନ୍ଧେ ଲୋକଙ୍କୁ ସଚେତନ କରାଇ ଥିଲା I ଏହି ରଥଟି ଦେଶର ୭୫ଟି ଜିଲ୍ଲାରେ ବୁଲୁ ଥିବାବେଳେ ଓଡିଶାର ୧୦ଟି ଜିଲ୍ଲା ମଧ୍ୟରୁ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକକୁ ଚିହ୍ନଟ କରାଯାଇ ଥିଲା I ଏହି କାର୍ଯ୍ୟକ୍ରମରେ ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ ଜିଲ୍ଲା ପରିଚାଳକ ପ୍ରମୋଦ ମହାପାତ୍ର, ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ସେଠୀ, ଗୋଷ୍ଠୀ ସଂଯୋଜକ ଚନ୍ଦ୍ର ଶେଖର ପାଢ଼ୀ ଦିଗଦର୍ଶନ କରାଇ ଥିଲେ ଓ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ଗୋଷ୍ଠୀ ବୌଶୟିକ ପରିଚାଳନା ସୁବୁଦ୍ଧି ଓ ସମସ୍ତ କୃଷି କର୍ମଚାରୀ ଉପସ୍ଥିତ ଥିଲେ I
Next Post