୭୨ତମ ବନ ମହୋତ୍ସବ ପାଳନ ଅବସରରେ ମାଙ୍ଗାପାଙ୍ଗା ବିଟରେ ବୃକ୍ଷ ରୋପଣ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥତୁମୁଡିବନ୍ଧ ବନାଞ୍ଚଳ କୁର୍ତମଗଡ କ୍ଷେତ୍ରର ମାଙ୍ଗାପାଙ୍ଗା ବିଟ୍ ଵୁଡାନଇ ଠାରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଛି I ଏହି ଅବସରରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବନାଞ୍ଚଳ କୁର୍ତମଗଡ କ୍ଷେତ୍ରର ମାଙ୍ଗାପାଙ୍ଗା ବିଟ୍ ଵୁଡାନଇ ଦକ୍ଷିଣ ପ୍ରସ୍ତାବିତ ସଂରକ୍ଷିତ ଜଂଙ୍ଗଲ ଠାରେ ଆଜି ବିଭିନ୍ନ ସ୍ଥାନରେ ବନୀକରଣ ୨୦୨୦-୨୧ କାଯ୍ୟକ୍ରମ ଅନୁସାରେ ଵୃକ୍ଷ ରୋପଣ କରାଯାଇଛି l ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ସରପଞ୍ଚ କରୁକୁଡୁପା ପୂକାରୀ ମାଝୀ, ତୁମୁଡିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ, ସମିତି ସଭ୍ୟା କରୁକୁଡୁପା ରିଞ୍ଜ ମଲିକ, ସମାଜ ସେବୀ ତଥା ସାମ୍ବାଦିକ ଅଜିତ କୁମାର ଦିଗାଳ, ସାମ୍ବାଦିକ ଅନୁଗ୍ରହ ନନ୍ଦ ପ୍ରମୁଖ ଉପସ୍ଥିତ ହୋଇ ବୃକ୍ଷ ରୋପଣ କରିଥିଲେ l

csp

ବନାଞ୍ଚଳ ଅଧିକାରୀ ଉପସ୍ଥିତ ଜନ ସାଧାରଣଙ୍କୁ ବୃକ୍ଷର ଉପକାରିତା ବିଷୟରେ କହିଥିଲେ ଏବଂ ଗ୍ରାମବାସୀମାନେ ଏହା ବୁଝିପାରି ସମ୍ମତ ହେବାରୁ ବୃକ୍ଷ ରୋପଣ କରାଯାଇପାରୁଛି ବୋଲି କହିଥିଲେ I ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ୧୦,୦୦୦ ଵୃକ୍ଷ ରୋପଣ କରାଯିବା ପାଇଁ ଯୋଜନା ହୋଇ ଥିବା ପ୍ରକାଶ କରିଛନ୍ତି I କୁର୍ତ୍ତମଗଡ ବନକର୍ମଚାରି ବନପାଳ ପିଉସ ପ୍ରତୀକ ପଟ୍ଟନାୟକ, ବନରକ୍ଷୀ ଖଗେଶ୍ବର ପ୍ରଧାନ, ବନରକ୍ଷୀ ସାଗରିକା ବେହେରା ଓ ତୁମୁଡିବନ୍ଧ ବନପାଳ ମନ୍ମଥ ପରିଚ୍ଛା ଉପସ୍ଥିତ ହୋଇ ବୃକ୍ଷ ରୋପଣ କରିଥିଲେ I କୁର୍ତ୍ତମଗଡ ବନପାଳ ପଟ୍ଟନାୟକଙ୍କ ଅତ୍ୟନ୍ତ ପ୍ରଚେଷ୍ଟା ଦ୍ବାରା ସମାଜ ସେବୀ, ସାମ୍ୱାଦିକ, ପ୍ରକୃତି ପ୍ରେମୀ ଓ ଗ୍ରାମବାସିମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଥିଲେ I ବିଭିନ୍ନ ପ୍ରକାର ଗଛ ଯଥା ଅଁଳା, ଶିଶୁ, ମେହାଗନି, ଜାମ୍ମୁ, କରଞ୍ଜ, ଗମ୍ଭାରୀ, ଅର୍ଜୁନ, ବାହାଡା, ମହୁଲ, ଶିରିଶ, ତେନ୍ତୁଳି ଇତ୍ୟାଦି ବୃକ୍ଷ ରୋପଣ କରାଯାଇ ଥିବାରୁ ଗ୍ରାମବାସୀମାନେ ଉତ୍ସାହ ଥିବା ପ୍ରକାଶ କରିଛନ୍ତି I