ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଗୁଡରି ପଡ଼ି ଠାରେ ଆଜି ଫୁଲବାଣୀ ଧର୍ମାଅଞ୍ଚଳ ଘୁ.ଉଦୟଗିରି ପାଷ୍ଟରେଟ ସମ୍ମିଳନୀ ପକ୍ଷରୁ ୮୫ତମ ମହାସଭା ମିଶନ ପଡିଆରେ ଅନୁଷ୍ଠିତ ହୋଇଛି l ଏହି ସଭାରେ ଶ୍ରେଷ୍ଠାଚାର୍ଯ୍ୟ ବିଜୟ କୁମାର ନାୟକ(ମଡରେଟର ସିଏନଆଇ, ସିନଦ ଓ ଧର୍ମାଧକ୍ଷ ଆଗ୍ରା ଧର୍ମାଅଞ୍ଚଳ ଉତ୍ତର ଭାରତ ମଣ୍ଡଳୀ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ମହାଚାର୍ଯ୍ୟ ଭାଉଲେଟ ନାୟକ ( ଧର୍ମାଧକ୍ଷ ଫୁଲବାଣୀ ଧର୍ମାଅଞ୍ଚଳ, ଉତ୍ତର ଭାରତ ମଣ୍ଡଳୀ) ସନମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ଥିଲେ l ଅନ୍ୟ ପକ୍ଷରେ ଆଚାର୍ଯ୍ୟ ସୁଧୀର ରଞ୍ଜନ ସାମନ୍ତରାୟ ସିଏନଆଇ ଚର୍ଚ୍ଚ, ପୁରୀ ବକ୍ତା ଭାବେ ଯୋଗ ଦେଇ ବାଇବଲ ଧର୍ମଶାସ୍ତ୍ରରୁ ଉପସ୍ଥିତ ଖ୍ରୀଷ୍ଟ ଶ୍ରଦ୍ଧାଳୁଙ୍କୁ ଶିକ୍ଷା ଦେଇ ଥିଲେ l ସଭାକୁ ଶ୍ରେଷ୍ଠାଚାର୍ଯ୍ୟ ବିଜୟ କୁମାର ନାୟକ ରିବନ କାଟି ଉଦଘାଟନ କରି ଥିଲେ l ଉକ୍ତ ସଭା ତିନି ଦିନ ଅନୁଷ୍ଠିତ ହୋଇ 29 ତାରିଖରେ ଶେଷ ହେବ l ଏହି ସଭାରେ କନବାଗେରି ଚର୍ଚ୍ଚର ଯୁବଯୁବତୀ ନୃତ୍ୟ ପରିବେଷଣ କରି ଥିବା ବେଳେ ସଂଗୀତ ଦଳ ସ୍ୱାଗତ ସଂଗୀତ ସହ ଖ୍ରୀଷ୍ଟିୟ ଭକ୍ତିମୂଳକ ସଂଗୀତ ପରିବେଷଣ କରି ଥିଲେ l