ଫୁଲବାଣୀ ନିର୍ବାଚନୀ ସଭାରେ କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲାକୁ ନିର୍ବାଚନୀ ପ୍ରଚାରରେ ଆସି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଫୁଲବାଣୀ କରୋନେସନ ପଡିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି । ମୋଦୀ ହଟାଅ ଦେଶ ବଂଚାଅ ନାରା ଦେଇ କନ୍ଧମାଳ ଏମପି ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ବିଗତ ୧୦ ବର୍ଷ ହେଲା ଓଡିଶାରେ ଆଦିବାସୀଙ୍କ ବିରୋଧରେ ୪୫ ପ୍ରତିଶତ ଅପରାଧ ବଢ଼ିଛି । ୨୪ ବର୍ଷ ହେଲା ଓଡିଶାରେ ପେସା ଆଇନ ଲାଗୁ ହେଲାନି । ୨୨ ଲକ୍ଷ ଗରୀବଙ୍କୁ ଜମି ପଟ୍ଟା ମିଳିନାହିଁ । ଆଦିବାସୀଙ୍କ ନାମରେ ଥିବା ମାମଲାକୁ ଉଠାଇ ଦିଆଯିବ । ଆମ ସରକାର ଆସିଲେ ଏହା ସବୁ କରିକି ଦେଖାଇବୁ । ଏବେ ବେରୋଜଗାରୀ ବଡ ସମସ୍ୟା ହୋଇଛି । ଓଡିଶା ଏଥିରେ ଆଗରେ ଅଛି । ଓଡିଶାରେ ସବୁ ସମ୍ବଳ ଥାଇ କାହିଁ କି ହେଉନାହିଁ ବୋଲି କହିବା ସହ ଆମକୁ ସରକାରକୁ ଆଣନ୍ତୁ ଏସବୁ ସମସ୍ୟାର ସମାଧାନ ହେବ । ଆମ୍ବେଦକର ଦେଶର ସମ୍ବିଧାନ ବନାଇଛନ୍ତି । ମୋଦି ଏବେ ଏହାକୁ ବଦଳାଇବାକୁ ଚାହୁଁଛନ୍ତି । ଗରୀବ, ପଛୁଆ ବର୍ଗ, ଆଦିବାସୀମାନେ ପୂର୍ବରୁ ଯେପରି ଥିଲେ ସେମାନେ ସେହିପରି ରହିବେ । ଭାଜପା ନିଜ ଇଚ୍ଛାରେ କାମ କରିବ । ଆମକୁ ବଂଚିବାକୁ ହେଲେ ସମ୍ବିଧାନ, ଲୋକତନ୍ତ୍ରକୁ ସୁରକ୍ଷିତ ରଖିବାର ଅଛି । ଏହା ସୁରକ୍ଷିତ ରହିଲେ ଆମେ ନିଜର ସ୍ଥିତି ଦେଶରେ ଜାହିର କରି ପାରିବା । ତେଣୁ ଇଣ୍ଡିଆ ମିଳିତ ସରକାର ଏସବୁର ସମାଧାନ କରି ପାରିବ । ଆପଣମାନେ ଆମ ପ୍ରାର୍ଥିଙ୍କୁ ଭୋଟ ଦେଇ ବିଜୟୀ କରାନ୍ତୁ ବୋଲି ଖଡଗେ ଉପସ୍ଥିତ ଜନସାଧାରଣଙ୍କୁ କହିବା ସହ ଭୋଟ ଭିକ୍ଷା କରିଛନ୍ତି । ସେହିପରି ଗଂଗ୍ରେସର ଗ୍ୟାରେଂଟି ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସୁଚନା ଦେଇଥିଲେ । ଏହି ନିର୍ବାଚନ ସଭାରେ ସାତୋଟି ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ l