ଦୁର୍ଗମ ଅଞ୍ଚଳରେ ବିଜୁ ଜନତା ଦଳର ଜୋରଦାର ପ୍ରଚାର…

ବାଲିଗୁଡା (ସିବନ୍ତ ଦିଗାଲ ): ବାଲିଗୁଡା ନିର୍ବାଚନ ମଣ୍ଡଳିର ବିଜେଡି ସଭାପତି ତଥା ନିର୍ବାଚନ ମଣ୍ଡଳିର ସଂଯୋଜକ ଟୁନା ଦାସ ପରମପାଙ୍ଗା ପଞ୍ଚାୟତରେ ମାରାଥନ ପ୍ରଚାର କରିଛନ୍ତି । କନ୍ଧମାଳ ସଂସଦ ପ୍ରାର୍ଥୀ ଧନ୍ୟବାଦ ଡାକ୍ତର ଅଚ୍ୟୁତ ସାମନ୍ତ ଏବଂ ବାଲିଗୁଡା ବିଧାୟକ ପାର୍ଥି ଚକ୍ରମଣି କହଁରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି ଅବସରରେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଦିଗାଲ, ପରମପାଙ୍ଗା ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ । ଏଠାରେ ଟୁନା ଦାସଙ୍କୁ ବହୁ ଆଡମ୍ବର ସହିତ ଲୋକମାନେ ସ୍ବାଗତଂ କରିଥିଲେ । ସଭା ସମାପ୍ତ ପରେ ଲୋକମାନେ ନିଜ ନିଜ ଗ୍ରାମର ସମସ୍ୟାକୁ ନେଇ ଏକ ଲେଖା ମାଧ୍ୟ୍ୟମରେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ଏବଂ ଟୁନା ଦାସ ଅଭିଯୋଗ ପାତ୍ର ଗ୍ରହଣ କରିଛନ୍ତି । ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଜେଡି ସଂଯୋଜକ ।