ନିର୍ବାଚନୀ ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ….

ଭଞ୍ଜନଗର(ନିଲୁ ବିଷୋୟୀ): ସାଧାରଣ ନିର୍ବାଚନ ନେଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀ ହୋଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିବ୍ୟଜ୍ୟୋତି ପରିଡା ଗୁରୁବାର ଭଞ୍ଜନଗର ଗସ୍ତ କରିବା ସହ ଷ୍ଟ୍ରଙ୍ଗରୁମ ଓ ପୋଲିଂ ଅଫିସର ପ୍ରଶିକ୍ଷଣ କେନ୍ଦ୍ର ବୁଲି ଦେଖିଛନ୍ତି । ଏଥିସହ ଭଞ୍ଜନଗର ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ଉପସ୍ଥିତିରେ ନିର୍ବାଚନ ଦାୟିତ୍ବରେ ରହିଥିବା ତହସିଲଦାର,ବିଡ଼ିଓ ଓ ସମସ୍ତ ଅଧିକାରୀଙ୍କ ସହ ଆଲୋଚନ କରିଛନ୍ତି। ଇଭିଏମ୍ ଓ ଭିଭିପାଟ ମେସିନକୁ ସଠିକ ଭାବରେ ଯାଞ୍ଚ ହୋଇଥିବା ବେଳେ ବିଭିନ୍ନ ପୁଲିଂ ଅଧିକାରୀଙ୍କ ଜରିଆରେ କିଭଳି ସୁଚାରୁ ରୂପେ ସମସ୍ତ ବୁଥ୍ କୁ ପଠାଯିବ ଏବଂ ମତଦାନ ଶେଷ ହେବା ପରେ ତାକୁ କିଭଳି ସଂଗ୍ରହ କରାଯିବ ସେ ନେଇ କଲେଜ ପରିସରରେ ହୋଇଥିବା ବ୍ୟବସ୍ଥା ସଂର୍ପକରେ ପଚାରି ବୁଝିବା ସହ ଏହାକୁ ଶୃଙ୍ଖଳିତ ଭାବେ ନିର୍ବାଚନ କମିଶନଙ୍କ ନିୟମାବଳୀ ଅନୁଯାୟୀ କରାଯିବ ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।