ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପାଇଁ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ପାଇଁ ଦ୍ୱିତୀୟ ଥର ପାଇଁ ଚକ୍ରମଣି କହଁର ଟିକେଟ ପାଇବା ପରେ ମାରାଥନ ପ୍ରଚାର ଆରମ୍ଭ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଓ ବିଧାୟକ ପ୍ରାର୍ଥୀଙ୍କୁ ପୁଣି ଥରେ ନିର୍ବାଚିତ କରି ବିଧାନସଭାକୁ ପଠେଇବା ପାଇଁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ ପ୍ରଚାର ଆରମ୍ଭ କରିଛନ୍ତି । ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ୠତୁଙ୍ଗିଆ ଗ୍ରାମରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାଲିଗୁଡା ମା ବରାଳଦେବି ମନ୍ଦିରରେ ମାଙ୍କୁ ଦର୍ଶନ କରି ଶୋଭାଯାତ୍ରା ଯୋଗେ ରୁତୂଙ୍ଗିଆ ଗ୍ରାମରେ ପହଞ୍ଚିଥିଲେ । ଋତୁଙ୍ଗିଆ ଗ୍ରାମବାସୀଙ୍କ ପକ୍ଷରୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସ, ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁରଙ୍କୁ ପୁଷ୍ପ ଗୁଚ୍ଛ, ଅଜୟ କୁମାର ମହାରଣା, ଏନ୍ ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପୁର୍ବତନ ଏନ୍ ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷା ପ୍ରମୋଦ ମଲ୍ଲିକଙ୍କୁ ଉତ୍ତରୀୟ ଦେଈ ସ୍ବାଗତ ସମ୍ବର୍ଦ୍ଧନା କରିବାସହ ଶୋଭାଯାତ୍ରା କରାଯାଇ ସଭାସ୍ଥଳି ପର୍ୟ୍ୟନ୍ତ ପାଛୋଟି ନିଆଯାଇଥିଲା । ଏହି ସମ୍ମିଳନୀରେ ଆଗକୁ ୨୦୨୪ ସାଧାରଣ ନିର୍ବାଚନର ରଣ ନୀତି ପ୍ରସ୍ତୁତ କରାଯିବା ସହ ମୁଖ୍ୟ ଅତିଥି ଓ ସନମ୍ମାନିତ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ବିଷୟରେ ଅଭିଭାଷଣ ଦେଇଥିଲେ । ଏହା ପରେ ଆସନ୍ତା ମେ ୨୦ତାରିଖରେ ହେବାକୁ ଥିବା ସଧାରଣ ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ ଦେବା ପାଇଁ ଭୋଟ ଭିକ୍ଷା କରିବା ସହ ଆଶିର୍ବାଦ କୃପା ଲାଭ କରିଥିଲେ ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର । ଶହ ଶହ ଗ୍ରାମବାସୀଙ୍କ ସହଯୋଗ ଓ ଭଲପାଇବା ଦେଖୀ ଆଗମୀ ସଧାରଣ ନିର୍ବାଚନରେ ଆମେ ନିଶ୍ଚିତ ବିଜୟ ଲାଭ କରିବୁ ବୋଲି କହିଥିଲେ ସଂଯୋଜକ ଟୁନା ଦାସ । ଏହି କର୍ମୀ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ସଂଯୋଜକ ଟୁନା ଦାସ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣାଙ୍କ ସମେତ କନ୍ଧମାଳ ଅଭିଷେକ ଦିଗାଲ, ସମିତି ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ଦିଗାଲ, ଅରୁଣ ଦିଗାଲ, ଆକାଶ ପ୍ରଧାନ, ଭୀମସେନ ବିନ୍ଧାଣି ଓ ବହୁ କର୍ମକର୍ତା ଉପସ୍ଥିତ ଥିଲେ।