ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତାହାର ଘୋଷଣାକୁ ନେଇ ବାଲିଗୁଡା ବିଜୁ ଜନତା ଦଳର କର୍ମୀ ଚଳଚଞ୍ଚଳ…

ବାଲିଗୁଡା (ସିବନ୍ତ ଦିଗାଲ ): ବିଜେଡି ସୁପ୍ରିମ ତଥା ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତାହାର ଘୋଷଣାକୁ ନେଇ ବାଲିଗୁଡା ଚଳ ଚଞ୍ଚଳ ହୋଇ ଉଠିଛି । ଏଥିରେ ପୂର୍ବତନ ବିଧାୟକ ତଥା ବର୍ତମାନର ବିଧାୟକ ପାର୍ଥି ଶ୍ରୀଯୁକ୍ତ ଚକ୍ରମଣି କଂହର ଏବଂ ଟୁନା ଦାସଙ୍କ ନେତୃତ୍ୱରେ ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ବାଲିଗୁଡା ଏନଏସିର ସମସ୍ତ ବିଯୁଜନତା ଦଳର କର୍ମୀ ଉପସ୍ଥିତ ଥିଲେ ।ଏଥିରେ ବିଜେଡି ଜିନ୍ଦାବାଦ, ନବୀନ ପଟନାୟକ ଜିନ୍ଦାବାଦ, ଟୁନା ଦାସ ଜିନ୍ଦାବାଦ, ଚକ୍ରମଣି ଜିନ୍ଦାବାଦ ନାରାରେ ବାଲିଗୁଡା ସହର କମ୍ପି ଯାଉଥିଲା । ଏହା ସହ ବିଭିନ୍ନ ପ୍ରକାରର ବାହାଣ ଫୁଟେଇ ଅତି ଆନନ୍ଦର ସହିତ ମିଠା ବଣ୍ଟନ କରାଯାଇଥିଲା ।