ଭଞ୍ଜନଗର(ନିଲୁ ବିଶୋୟୀ): ଭଞ୍ଜନଗରରେ ସୋମବାର ମଧ୍ୟାହ୍ନରେ କାଳ ବୈଶାଖୀର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବୋହିବା ସହ ବହୁ ବଡ଼ ଗଛ ଡାଳ ମଧ୍ୟ ଭାଙ୍ଗି ରାସ୍ତା ଉପରେ ଲୋଟି ପଡିଛି। ଏକ ଘଣ୍ଟା କାଳ ବର୍ଷା,କୁଆ ପଥର ଓ ପବନରେ ସବୁକିଛି ଛାରଖାର ହୋଇଯାଇଛି। ବର୍ଷା ହେବା ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଅନେକ ସ୍ଥାନରେ ଛୋଟ ବଡ଼ ଡାଳ ପଡ଼ି ବିଦ୍ୟୁତ୍ ସେବା ଠପ ହୋଇଯାଇଛି। ଏହାକୁ ସଜାଡି ପାଇଁ ବିଦ୍ୟୁତ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରାଯାଇ ସଜାଡା ଯାଇଛି। କିନ୍ତୁ ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ବିଳମ୍ବିତ ସମୟ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରି ନଥିବା ଜଣାପଡିଛି। ସହରର ହାଇସ୍କୁଲ ଛକ, ବେଲଗୁଣ୍ଠା ରୋଡ଼, ଉପଜିଲ୍ଲାପାଳ କାଯ୍ୟାଳୟ, ଏଲଆଇସି ଅଫିସ ଛକ, ନୂଆଗାଁ ରାସ୍ତା ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଗଛ ପଡିଥିବା ଦେଖିବାକୁ ମିଳିଥିଲା।