ଭାରତୀୟ ଜନତା ପାର୍ଟି ଦଳର ବାଲିଗୁଡା ବିଧାନସଭା ପାର୍ଥିନୀ କଳ୍ପନା କଂହରଙ୍କ ନାମାଙ୍କନ ପତ୍ର ଦାଖଲ…

ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ବାଲିଗୁଡା ନିର୍ବାଚନ ମଣ୍ଡଳିରେ ଆଜି ବାଲିଗୁଡା ବିଧାନସଭା ପାର୍ଥୀନୀ ଶ୍ରୀମତୀ କଳ୍ପନା କଂହରଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ହଜାର ହଜାର ଲୋକଙ୍କ ଉପସ୍ଥିରେ ହନୁମାନ ମନ୍ଦିର ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଜେପି ପ୍ରେମୀମାନେ ପଦଯାତ୍ରା କରି ନରେନ୍ଦ୍ର ମୋଦି ଜିନ୍ଦାବାଦ କଳ୍ପନା କଂହର ଜିନ୍ଦାବାଦ ନାରାରେ କମ୍ପି ଉଠିଥିଲା ବାଲିଗୁଡା ସହର l ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଏକତ୍ରିତ ହୋଇ ବିଧାୟିକା ପାର୍ଥୀନୀଙ୍କୁ ଫୁଲ ବର୍ଷାରେ ଭବ୍ୟ ସ୍ବାଗତଂ କରିଥିଲେ । ଆଦିବାସୀ ନୃତ୍ୟ, ଆଦିବାସୀ ବାଦ୍ୟ ମାଧ୍ୟ୍ୟମ ରେ ଉପ କିଲ୍ଲା ପଲଙ୍କ କାର୍ଯ୍ୟାଳୟକୁ ପହଂଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଏବଂ ତୁମ୍ବୁଡିବନ୍ଦ, କୋଟଗଡ, କ. ନୂଆଗାଁ ବିଜେପି ସଭାପତିମାନେ ମଧ୍ୟ ଉପସ୍ଥିତି ଥିଲେ ।