ବାଜା ଓ ବାଣ ପଟୁଆରରେ ଦୁଲୁକିଲା ଭଞ୍ଜନଗର, ନାମାଙ୍କନ ଦାଖଲ କଲେ ବିକ୍ରମ ଆରୁଖ…

ଭଞ୍ଜନଗର(ନିଲୁ ବିଷୋୟୀ): ଦ୍ୱିତୀୟ ପର୍ଯ୍ୟାୟରେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ନିମନ୍ତେ ପ୍ରାଥୀପତ୍ର ଦାଖଲର ଅନ୍ତିମ ଦିନରେ ୧୨୩ ନଂ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପକ୍ଷରୁ ବିକ୍ରମ କେଶରୀ ଆରୁଖ ୭ମ ଥର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ  ଶକ୍ତି ପ୍ରଦର୍ଶନ କରାଯାଇଥିଲା । ହଜାର ହଜାର ବିଜେଡି କର୍ମୀ ସହରରେ ବାଜା, ବାଣ, ପଟୁଆର ସହ ବିରାଟ ଶୋଭାଯାତ୍ରାରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାଯ୍ୟାଳୟକୁ ଆରୁକଙ୍କୁ ପାଛୋଟି ଆଣିଥିଲେ । ନିଜ ପ୍ରସ୍ତାବକଙ୍କ ସହିତ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ନିକଟରେ ବିକ୍ରମ ପ୍ରାଥୀପତ୍ର ଦାଖଲ କରିଥିଲେ । ନାମାଙ୍କନ ଦାଖଲ ପାଇଁ ଯିବା ବେଳକୁ ଆମ ଆଦମୀ ପାର୍ଟିର ପ୍ରାଥୀ କବିରାଜ ବେହେରା ଓ ବିକ୍ରମ ଆରୁଖ ଦୁହେଁ ଦୁହିଁଙ୍କୁ ଅଭିନନ୍ଦନ ଜଣାଇବା ସହ ଆଲିଙ୍ଗନ କରି ଗଣତନ୍ତ୍ରର ଏହି ମହାନ ପର୍ବରେ ଭାଇଚାରର ନିଦର୍ଶନ ଦେଇଥିଲେ । ଏଥି ପୂର୍ବରୁ ଷ୍ଟାର ପ୍ରଚାରକ ତଥା ବରିଷ୍ଠ ବିଜେଡି ନେତା ଭି.କେ ପାଣ୍ଡିଆନ ଭଞ୍ଜନଗର ଆସି ସ୍ଥାନୀୟ ଜେଲ ପଡ଼ିଆ ଠାରେ ଅନୁଷ୍ଠିତ ସମାବେଶରେ ଯୋଗ ଦେଇ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏଥିରେ ସାଂସଦ ପ୍ରାଥୀ ଅଚ୍ୟୁତ ସାମନ୍ତ ଓ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ । ପ୍ରାୟ ୨୦ ହଜାର ଲୋକ ଏଥିରେ ସାମିଲ ହୋଇଥିଲେ।  ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟାରେ ବିଜୟ ସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିକାଶ ଧାରାକୁ ଆଗେଇ ନେବା  କାଯ୍ୟକୁ ପୂରଣ କରିବି ବୋଲି ଶ୍ରୀ ଆରୁଖ କହିଛନ୍ତି ।