ବାଲିଗୁଡା ଗସ୍ତରେ 5ଟି ଅଧକ୍ଷ ଭି କେ ପାଣ୍ଡିଆନ ଏବଂ ଷ୍ଟାର ପ୍ରଚାରକ…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳି ଗସ୍ତରେ 5ଟି ଅଧକ୍ଷ ଭି କେ ପାଣ୍ଡିଆନ ଏବଂ ଷ୍ଟାର ପ୍ରଚାରକ ଶୈଳେନ୍ଦ୍ର, ଗୁଡ଼ୁ ସୁପ୍ରିୟା ନାୟକ। ପାଣ୍ଡିଆନ ଆସିବା ପୂର୍ବରୁ ଷ୍ଟାର ପ୍ରଚାରକମାନେ ବିଜୁ ଜନତା ଦଳ ପାଇଁ ଭୋଟ ଭିକ୍ଷା କରିବା ସହ ତାଙ୍କର କଳା ମାଧ୍ୟ୍ୟମରେ ପ୍ରଚାର କରିଥିଲେ ଏବଂ ଯୋଡ଼ି ଶଙ୍କରେ ଭୋଟ ଦେବ ପାଇଁ ଅନୁରୋଧ କରିଥିଲେ । 5ଟି ଅଧକ୍ଷ ତାଙ୍କର ସ୍ୱତନ୍ତ୍ର ହେଲିକ୍ୟାପଟେର ଯୋଗେ ଭୁବନେଶ୍ୱରରୁ ବାଲିଗୁଡାରେ ପ୍ରାୟ ଅପରାହ୍ନ 12ଟା ବେଳେ ପହଂଚିଥିଲେ । ହେଲିକ୍ୟାପଟେରରୁ ଓଲ୍ହାଇବା ପରେ ଚଳି ଚାଲି ଯାଇ ଲୋକମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ସେ କହିଥିଲେ ଯେ ଆମ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଗତ ଥର ଆସିଥିଲି ମୋତେ ବହୁତ ଖିସି ଲାଗିଥିଲା ଏବଂ ଆପଣମାଙ୍କ ଅଭିଯୋଗ ପତ୍ର ମଧ୍ୟ ନେଇଥିଲି ଓ ସେ ଅଭିଯୋଗ ପତ୍ରର ହିସାବ ଦେବା ପାଇଁ ଆଜି ପୁଣିଥରେ ଆସିଲି । ପୁଣି ଥରେ ଆପଣଙ୍କ ସହିତ ମିଶିଥିବାରୁ ବହୁତ ଖୁସିଲାଗୁଛି । ଆପଣମାନେ ପୁଣି ଥରେ ମୋତେ ଆପଣଙ୍କ ଅଭିଯୋଗ ପତ୍ର ଦେଇଛନ୍ତି l ତେଣୁ ଏହି ଅଭିଯୋଗ ପତ୍ରର ହିସାବ ଦେବା ପାଇଁ ପୁଣି ଥରେ ଆପଣଙ୍କ ପାଖକୁ ଆସିବିକହିଥିଲେ । ଏଣୁ ଆପଣଙ୍କୁ ଅନୁରୋଧ କରୁଛିକି ଆପଣମାନେ ପୁଣିଥରେ ସଂସଦ ପାଇଁ ଥରେ ଏବଂ ବିଧାୟକ ପାଇଁ ଥରେ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଅନୁରୋଧ କରୁଛି ବୋଲି ତାଙ୍କର ଅଭିଭାଷଣରେ କହିଥିଲେ ଏବଂ ଲୋକମାନଙ୍କ ସହିତ ସେଲ୍ଫି ନେଇ ଲୋକ ମାନଙ୍କୁ ଉତ୍ସାହ କରିଥିଲେ । ଆଉ ଏହା ମଧ୍ୟ କହିଥିଲେ ଯେ ଆମକୁ ଡବଲ ଇଂଜିନ ସରକାର ଦରକାର ନାଇଁ ଆମକୁ ନବୀନ ଇଂଜିନ ସରକାର ଦରକାର ବୋଲି ବିରୋଧୀ ଦଳକୁ ଆକ୍ଷ୍ୟା କରି କହିଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ବାଲିଗୁଡା ବିଧାୟକ ଚକ୍ରମଣି କଂହର, ଟୁନା ଦାସ ଏବଂ ପୂର୍ବତନ ବିଧାୟକ ରାଜୀବ ପତ୍ର, ବିଜୁ ଜନତା ଦଳର ସମସ୍ତ ରାଜନେତା ଓ କର୍ମୀ ଯୋଗ ଦେଇ ବହୁ ଆଡମ୍ବର ସହିତ ସ୍ବାଗତଂ କରିଥିଲେ ।