ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ଭିକ୍ଷା କଲେ ଭି.କାର୍ତ୍ତିକେୟନ ପାଣ୍ଡିଆନ….

ଅନୁସନ୍ଧାନ ଭାରତ(ବ୍ୟୁର):କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପୀତ ଅଞ୍ଚଳ ପରିଷଦ ସ୍ଥିତ ୱାର୍ଡନମ୍ବର-4 ଶ୍ରୀରାମପଦା ମିନି ଷ୍ଟାଡିୟମ ଠାରେ ଗୁରୁବାର ଦିନ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି I ଏହି ନିର୍ବାଚନୀ ସାଧାରଣ ସଭାରେ 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ହେଲିକେପ୍ଟର ଯୋଗେ ଅବତରଣ କରି କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ ଅଚ୍ୟୁତ ସାମନ୍ତ ଏବଂ ଘୁ.ଉଦୟଗିରି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି l ଆଗାମୀ ମଇ ମାସ 20 ତାରିଖରେ ହେଵାଳୁ ଥିଵା ସାଧାରଣ ନିର୍ବାଚନରେ ବିପୁଳ ପରିମାଣରେ ସ୍ଥାନୀୟ ଜନ ସାଧାରଣ ଯୋଡ଼ି ଶଙ୍ଖ ଚି଼ହ୍ନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିବା ଦେଖିବାକୁ ମିଳିଛି I ଘୁ.ଉଦୟଗିରି ଅଞ୍ଚଳରେ ଅଧାପନ୍ତରୀୟ ମନ୍ଦିର, ମସଜିଦ, ଚର୍ଚ୍ଚ କାମ ରହିଥିବା ବେଳେ ସେଗୁଡିକକୁ ଫଣ୍ଡ ଦେଇ ପୁରନାଙ୍ଗ ରୂପ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ  I ଘୁ.ଉଦୟଗିରିରେ ଥିବା କାଲିଗାଡୁ ହିଲ ଭିୟୁ ପଏଣ୍ଟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ 80 ଲକ୍ଷ ମଞ୍ଜୁର କରିଥିବା ବେଳେ ବିଭିନ୍ନ ମନ୍ଦିର, ଚର୍ଚ୍ଚ, ମସଜିଦର ଉନ୍ନତି କରଣ ନିମନ୍ତେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ସଂକ୍ଷିପ୍ତ ସୂଚନା ପ୍ରଦାନ କରିଛନ୍ତି l