ସୋରଡା ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ଭରିଲେ ସଂଘମିତ୍ରା….

ଭଞ୍ଜନଗର(ନିଲୁ ବିଷୋୟୀ) : ଦ୍ୱିତୀୟ ପର୍ଯ୍ୟାୟରେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ନିମନ୍ତେ ପ୍ରାଥୀପତ୍ର ଦାଖଲ ର ଚତୁର୍ଥ ଦିନରେ ୧୨୯ ନଂ ସୋରଡା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପକ୍ଷରୁ ସଂଘମିତ୍ରା ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ବେଳେ ସୋରଡା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ନେତୃତ୍ୱରେ ଶକ୍ତି ପ୍ରଦର୍ଶନ କରାଯାଇଥିଲା। ହଜାର ହଜାର ବିଜେଡି କର୍ମୀ କଣ୍ଟେଇପଲ୍ଲୀ ନିକଟରୁ ବାଜା,ବାଣ,ପାଟୁଆର ସହ ବିରାଟ ଶୋଭାଯାତ୍ରାରେ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ କୁ ପାଛୋଟି ଆଣିଥିଲେ। ନିଜ ପ୍ରସ୍ତାବକ ଙ୍କ ସହିତ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କ ନିକଟରେ ସଂଘମିତ୍ରା ପ୍ରାଥୀପତ୍ର ଦାଖଲ କରିଥିଲେ। ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ସମେତ ବହୁ ଦଳୀୟ କାଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ ସହ ସୋରଡା ନିର୍ବାଚନ ମଣ୍ଡଳୀ ରେ ବିକାଶ ଧାରାକୁ ଆଗେଇ ନେବା ସହ ସ୍ୱାମୀ ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଅଧୁରା କାଯ୍ୟକୁ ପୂରଣ କରିବି ବୋଲି ସଂଘମିତ୍ରା କହିଛନ୍ତି। ସେହିପରି ବିଜେପି ପ୍ରାଥୀ ନୀଳମଣି ବିଷୋୟୀ ମଧ୍ୟ ସମର୍ଥକ ଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ।