ବିଜୁ ଜନତା ଦଳର ବାଲିଗୁଡା ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁରଙ୍କ ନାମାଙ୍କନ ପତ୍ର ଦାଖଲ….

ବାଲିଗୁଡ଼ା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଚକ୍ରମଣି କହଁର । ଆଜି ବାଲିଗୁଡା ନିର୍ବାଚନ ମଣ୍ଡଳିରେ ହଜାର ହଜାର ବିଜେଡି ପ୍ରେମୀ ଓ ବିଜେଡି କର୍ମୀ ଉପସ୍ଥିତିରେ ବାଲିଗୁଡା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପ୍ରଦାନ କରିଛନ୍ତି ବାଲିଗୁଡା ବିଧାୟକ ପାର୍ଥି ଚକ୍ରମଣି କଂହର । ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ସମେତ କନ୍ଧମାଳ ସଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବିଜେଡି ସଭାପତି ଟୁନା ଦାସ ଏବଂ ପୂର୍ବତନ ବିଧାୟକ ରାଜୀବ ପତ୍ର, ପର୍ଯ୍ୟବେକ୍ଷକ ଅଜୟ ମହାରଣା, ରାଜ୍ୟ ସାଧାରଣ ସମ୍ପାଦକ ପୁନମ କଂହର ଏବଂ ଯୁବ ସଭାପତି ବିଷ୍ଣୁ ମଲ୍ଲିକ, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଏବଂ ବାଲିଗୁଡା ନିର୍ବାଚନ ମଣ୍ଡଳିର ସମସ୍ତ ବ୍ଲକର ବିଜେଡି ସଭାପତି ଉପସ୍ଥିତିରେ ଆଜି ନାମାଙ୍କନ ଦାଖଲ କରାଯାଇଛି । ଏଥିରେ ପ୍ରାୟ ଦଶ ହଜାରରୁ ଅଧିକ ଲୋକ ଯୋଗ ଦେଇ ବିଧାୟକ ପ୍ରାର୍ଥୀଙ୍କୁ ବାଦ୍ୟ ନାଚ ଗୀତ ମାଧ୍ୟ୍ୟମରେ ଅଭିନନ୍ଦନ ଜଣେଇଛନ୍ତି । ବାଲିଗୁଡା ବିଜୁପଟନାୟ ଷ୍ଟାଡିୟମ ବା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନବୀନ ପଟନାୟକ ଏବଂ ଅଚ୍ୟୁତ ସାମନ୍ତ, ଚକ୍ରମଣି ଜିନ୍ଦାବାଦ ନାରା ଦେଇ ପଦ ଯାତ୍ରା କରିଥିଲେ ବିଜେଡି କର୍ମୀ ଓ ନେତା ।