ଭଞ୍ଜନଗର(ନିଲୁ ବିଷୋୟୀ): ବାଉଁଶଲୁଣ୍ଡି ସ୍ଥିତ ରାଧାକୃଷ୍ଣ ପାଠାଗାରରେ ଉତ୍କଳ ଗୌରବ ମଧୁବାବୁଙ୍କ ୧୭୬ତମଜୟନ୍ତୀ ପାଳନ ହୋଇଛି। ପାଠାଗାରର ଉପସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନଙ୍କ ସଭାପତିତ୍ବରେ “ମଧୁବାବୁଙ୍କ ‘ଉତ୍କଳ’ଓ ଆଜିର ଓଡ଼ିଶା” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ବନମାଳୀ ଲେଙ୍କା ମୁଖ୍ୟ ଅତିଥି, କବି ପ୍ରଶାନ୍ତ ମହାନ୍ତି ଓ ଅଧ୍ୟାପକ ତ୍ରିନାଥ ବେହେରା, ସମ୍ମାନିତ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ତଥା ଘୁମୁସର ସମ୍ବାଦର ସମ୍ପାଦକ ନେତାଜୀ ବିଷୋୟୀ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସ୍ଵାଭିମାନୀ ବ୍ୟକ୍ତିତ୍ଵ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଓଡ଼ିଆ ଭାଷା ଓ ଜାତି ପ୍ରତି ଥିବା ମମତା ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଉତ୍ସର୍ଗୀକୃତ ଅବଦାନକୁ ବିସ୍ତୃତ ରୂପେ ବର୍ଣ୍ଣନା କରିଥିଲେ । ଭଂଜନଗର ବାର ଆସୋସିଏସନର ପୂର୍ବତନ ସଭାପତି ଅଭିମନ୍ୟୁ ଗୈାଡ, ଅବସରପ୍ରାପ୍ତ ଶିକ୍ଷକ ଦିବାକର ଲେଙ୍କା ସଂପାଦକ ଭଂଜ କିଶୋର ପ୍ରଧାନ ପ୍ରମୁଖ ଆଲୋଚନାରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ପଞ୍ଚାନନ ସାହୁ, ଜୟରାମ ଗୈାଡ, ଭଂଜ କିଶୋର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଅରବିନ୍ଦ ସାହୁ, ରମା ରଞ୍ଜନ ସାହୁ, ସଙ୍ଗୀତ ଗୁରୁ ଅଶୋକ କୁମାର ମହାପାତ୍ର ଓ ସମାଜସେବୀ ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ, ଉଲାସେଠୀ, ତ୍ରିଲୋଚନ ପ୍ରଧାନ, ଦିଲୀପ ଜେନା, ଛାତ୍ରୀ ମନୀଷା ପ୍ରଧାନ, ଟାନୀଷା ରାଣୀ ସ୍ୱାଇଁ, ତୁଳସୀ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।