ଭଞ୍ଜନଗର(ନିଲୁ ବିଷୋୟୀ): ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପତିତପାବନ ସେବା ସଂଘର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଟାଉନହଲ୍ ଠାରେ ରାଜ୍ୟ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ଆଚାର୍ଯ୍ୟ ଓ ତାଙ୍କ ଧର୍ମ ପତ୍ନୀଙ୍କ ବଳିଷ୍ଠ ଉଦ୍ୟମରେ ପ୍ରତିଷ୍ଠିତ ଏହି ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସମାଜସେବା କାର୍ଯ୍ୟ ରେ ଜଡ଼ିତ ରହି ଲୋକଙ୍କୁ ସେବା ଯୋଗାଇ ଆସୁଛି। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ପ୍ରକୃତି ସଂରକ୍ଷଣ,ପରିବେଶ ସୁରକ୍ଷା, ଜନସଚେତନତା,ବ୍ୟାପକ ବୃକ୍ଷ ରୋପଣ,ରକ୍ତଦାନ ଶିବିର ଆୟୋଜନ,ଶିକ୍ଷାର ବିକାଶ ପାଇଁ ନିରନ୍ତର ଉଦ୍ୟମ,ଗରିବ ଲୋକଙ୍କୁ ଖାଦ୍ୟ ଓ ପୋଷାକ ବଣ୍ଟନ,ଯାନିଯାତ୍ରା ରେ ଶାନ୍ତି ଶୃଙ୍ଖଳା ରକ୍ଷା,ଜଳ ଓ ପଣା ବଣ୍ଟନ ସହ ଅନ୍ୟାନ୍ୟ ଜନହିତକର ପଦକ୍ଷେପ ସାରା ରାଜ୍ୟର ପ୍ରାୟ ଶହେରୁ ଊର୍ଦ୍ଧ୍ବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ଉତ୍ସର୍ଗୀ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଦ୍ବିତୀକୃଷ୍ଣ ଲେଙ୍କାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି।
ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବ ରେ ମୂଖ୍ୟ ଅତିଥି ରୂପେ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଭାବେ ସକ୍ଷମ ଭାରତ ରାଜ୍ୟ ସଭାପତି ସରୋଜ କୁମାର ସାହୁ, ଚାରଣ ଗୋଷ୍ଠୀ ସଭାପତି ଡକ୍ଟର ଶରତ ଚନ୍ଦ୍ର ପାତ୍ର,ଚାରଣ ଗୋଷ୍ଠୀ ସହ ସଂପାଦକ ଡକ୍ଟର ଶୁଭେନ୍ଦୁ ସ୍ଵାଇଁ,ଡିଅର ଲାଇଫ୍ ଏମ୍ ଡି ପ୍ରମୋଦ ରାଉଳ ଏବଂ ବିଶିଷ୍ଟ ସମାଜସେବୀ ଲଲିତ ରାଏ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସ୍ଵେଚ୍ଛାସେବୀ ଓ ଉତ୍ସର୍ଗୀ ବ୍ୟକ୍ତି ବିଶେଷ ଙ୍କୁ ଅତିଥି ଗଣ ସମ୍ମାନିତ କରିଥିଲେ। ଏକ ସୁସ୍ଥ ସମାଜ ଗଠନ ରେ ସମାଜସେବୀ ଓ ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା ଯେ କେତେ ଗୁରୁତ୍ଵପୂର୍ଣ୍ଣ ତାହା ଉପସ୍ଥିତ ଅତିଥି ଗଣ ପ୍ରକାଶ କରିଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ଗ୍ରାମର ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ପ୍ରକୃତି ସଂରକ୍ଷଣ ପାଇଁ ପଦକ୍ଷେପ,ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ବ୍ୟାପକ ବୃକ୍ଷ ରୋପଣ ପାଇଁ ପତିତପାବନ ସେବା ସଂଘ ପକ୍ଷରୁ ଜଗନ୍ନାଥ ନେତ, ଫଳକ ଓ ଶ୍ରୀ ଜଗନ୍ନାଥ ଫୋଟୋ ଦେଇ ଶ୍ରୀ କ୍ଷେତ୍ର ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ପ୍ରକାଶ ଥାଉକି ଶିକ୍ଷକ ଦ୍ଵିତୀକୃଷ୍ଣ ବର୍ତ୍ତମାନ ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ବିଜ୍ଞାନ ଶିକ୍ଷକ ରୂପେ ଅବସ୍ଥାପିତ ହେବାପରେ ସିଆରସିସି ରୂପେ କାର୍ଯ୍ୟ ସଂପାଦନ କରୁଛନ୍ତି।