ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାର ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଏକ ଆଇନ ସଚେତନତା ଓ ସାକ୍ଷରତା ଶିବିର ଅନୁଷ୍ଠିତ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାର ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଏକ ଆଇନ ସଚେତନତା ଓ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକା ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାଜଜ ଦେବଦତ୍ତ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ୍ଡିଜେଏମ୍ ଅମିତ୍ କୁମାର,ଜେଏମ୍ଏଫ୍ସି ସନ୍ଧ୍ୟା ସୁଚରିତା,କମିଟି ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ମାମଲା ପରିଚାଳନା, ଜାମିନ, ଆଇନଗତ ଅଧିକାର, ଅପିଲ ସମେତ ଅନ୍ତେବାସୀଙ୍କ ଆଇନଗତ ଅଧିକାର ଓ ଅନ୍ୟାନ୍ୟ ସୁବିଧା ପାଇଁ ଆଇନରେ ଥିବା ବ୍ୟବସ୍ଥା ସଂର୍ପକରେ ବକ୍ତବ୍ୟ ରଖିଥିଲେ । ଏହାକୁ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଜେଲ୍ ଅଧୀକ୍ଷକ ଦଣ୍ଡପାଣି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହାକୁ କୋର୍ଟର ଆଦିତ୍ୟ ନାରାୟଣ ରଥ, ବିଶ୍ବ ରଞ୍ଜନ ବିଶ୍ବାଳ, ଜେଲ୍ ଫାର୍ମାସିଷ୍ଟା ଅଶୋକ କୁମାର ପୃଷ୍ଟି, ଆସିଷ୍ଟାଣ୍ଡ୍ ଜେଲର ଅନୀଲ କୁମାର ଓଝା ଓ ଜେଲ୍ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।