ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥୀତ୍ୱକୁ ବିରୋଧ, ପ୍ରାର୍ଥୀ ନ ବଦଳିଲେ ନିର୍ବାଚନରେ ସହଯୋଗ ନ କରି ନିରବ ରହିବେ ବୋଲି ଚେତାବନୀ ଦେଲେ କଂଗ୍ରେସ କର୍ମୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀ ପକ୍ଷରୁ ଘୁ.ଉଦୟଗିରିର ସିରିକି ଘାଇ ଠାରେ କର୍ମୀ ସମ୍ମିଳନୀ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି l ଏହି ସମ୍ମିଳନୀରେ ଘୁ.ଉଦୟଗିରି କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥୀତ୍ୱକୁ ତୀବ୍ର ବିରୋଧ କରିଛନ୍ତି କଂଗ୍ରେସ କର୍ମୀ l  ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତ୍ତନ ବିଧାୟୀକା ଅଜୟନ୍ତୀ ପ୍ରଧାନ, ଜିଲ୍ଲା ଏସସି ସଭାପତି ପ୍ରଫୁଲ୍ଲ ଦିଗାଲ, ଘୁ.ଉଦୟଗିରି ବ୍ଲଜ ସଭାପତି ସଦାନନ୍ଦ ନାୟକ, ଟୀକାବାଲି ବ୍ଲକ ସଭାପତି ଗକୁଳ ପ୍ରଧାନ, ରାଇକିଆ ବ୍ଲକ ସଭାପତି କ୍ରିଷ୍ଣା ପ୍ରିୟା ପ୍ରଧାନ, ଘୁ. ଉଦୟଗିରି ନଗର କଂଗ୍ରେସ ସଭାପତି ଦୀପକ ପ୍ରଧାନ,  ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ, ପୂର୍ବତ୍ତନ ବ୍ଲକ ସଭାପତି ଟାର୍ଜନ ସାହୁ, ଜୋନ ସଭାପତି ମାନଭଂଜନ ପ୍ରଧାନ, ବୀରେନ୍ଦ୍ର ମହାମଲ୍ଲିକ, କାଉନ୍ସସିଲର ଯାକେଶ ପ୍ରଧାନ, ବିଧାୟକ ଆଶାୟୀ ସଂଜିତ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ସୂର୍ଯ୍ୟକାନ୍ତ ନାୟକ, ଥୋମାସ ପ୍ରଧାନ, ସଶାନନ୍ଦ ପ୍ରଧାନ, ହିରେନ ନାୟକ, ମିଲନ ନାୟକ, ଶୁଭ୍ରମନ୍ୟୁ ନାୟକ, ସୁରଜ ନାୟକ, ଷ୍ଟିଫେନ ନାୟକଙ୍କ  ସମେତ ସାତୋଟି ଜୋନର ସଭାପତି ଓ ଦାରିଙ୍ଗବାଡି, ରାଇକିଆ, ଟିକାବାଲି, ରାଇକିଆ ବ୍ଲକ, ଘୁ.ଉଦୟଗିରି ବ୍ଲକ ଓ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l ଏହି ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଟିକଟକୁ ପରିବର୍ତ୍ତନ କରି ଜଣେ ଦକ୍ଷ ସଂଗଠକ କଂଗ୍ରେସ ନେତାଙ୍କୁ ଦେବା ପାଇଁ ଉପସ୍ଥିତ କଂଗ୍ରେସ କର୍ମୀ ଓ ନେତା ଦାବୀ କରିଛନ୍ତି l ଯଦି ଜିଲ୍ଲା ସଭାପତି ଓ ପ୍ରଦେଶ କଂଗ୍ରେସ ସଭାପତି ଏହି ଦାବିକୁ ଗୁରୁତର ସହ ଗ୍ରହଣ ନ କରନ୍ତି ତାହା ହେଲେ ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ଓ ନେତା ନିର୍ବାଚନରେ ଦଳର କାମ କରିବେ ନାହିଁ ଓ ସହଯୋଗ ମଧ୍ୟ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ବର୍ତ୍ତମାନ କଂଗ୍ରେସ ଟିକେଟ ପାଇ ଥିବା ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ ଜିଲ୍ଲା କଂଗ୍ରେସ କିମ୍ବା ଘୁ.ଉଦୟଗିରି କଂଗ୍ରେସର ସଂଗଠନରେ ସକ୍ରିୟ ନାହାନ୍ତି l ତେଣୁ ତାଙ୍କ ବଦଳ ଅନ୍ୟ ଜଣେ ଦକ୍ଷ କଂଗ୍ରେସ ସଂଗଠକଙ୍କୁ ଟିକେଟ ଦେବା ପାଇଁ ଉପସ୍ଥିତ କଂଗ୍ରେସ କର୍ମୀ ଦାବୀ କରିଛନ୍ତି l କଂଗ୍ରେସରେ ଏହି କାର୍ଯ୍ୟକ୍ରମକୁ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ ପରିଚାଳନା କରି ଥିଲେ l