୨୦୨୪ ସାଧାରଣ ନିର୍ବାଚନ : କଂଗ୍ରେସରୁ ପ୍ରଫୁଲ୍ଲ ପ୍ରଧାନ ପ୍ରାର୍ଥୀ ହୋଇ ଥିବା ବେଳେ ବିଜେଡିରୁ ସାଲୁଗା ଓ ବିଜେପିରୁ ମାନଗୋବିନ୍ଦ ବିଧାୟକ ପ୍ରାର୍ଥୀ…

ପ୍ରଫୁଲ୍ଲ ପ୍ରଧାନଙ୍କ ପ୍ରାଥୀତ୍ୱକୁ ଗ୍ରହଣ କରି ପାରୁ ନାହାନ୍ତି କଂଗ୍ରେସ କର୍ମୀ, ରୋଦନ ମଲିକଙ୍କ ନିଜ ପଦବୀରୁ ଇସ୍ଥାଫା ପରେ ବିଜେଡିର ବଢିଛି ଟେନସନ, ଦୁଇ ବରିଷ୍ଟ ଓ ପୁରୁଖା ନେତାଙ୍କୁ ଟକ୍କର ଦେଇ ବିଜେପିର ଅମାନତ ରଖିପାରିବେକି ମାନଗୋବିନ୍ଦ....

ଅନୁସନ୍ଧାନ ଭାରତ(ବ୍ୟୁର): ଆଉ ମାତ୍ରକ କିଛି ଦିନ ପରେ ସାଧାରଣ ନିର୍ବାଚନ l ଏହି ସାଧାରଣ ନିର୍ବାଚନ ଆଗାମୀ ମାସରେ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜ ଦଳର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ପ୍ରଥମେ ବିଜେଡି ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଆଜି କଂଗ୍ରେସ ଏବଂ ବିଜେପି ଦୁଇ ଦଳ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବିଜେପି ନିଜ ଦଳର ପୁରୁଖା ନେତା ଜଣେ ଆଗ ଧାଡ଼ିର ନେତାଙ୍କ ଉପରେ ଆସ୍ଥା ପ୍ରଘଟ କରି ପୁନର୍ବାର ପ୍ରାର୍ଥୀ କରିଛି ।  ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ବାସିନ୍ଦା ମାନଗୋବିନ୍ଦ ପ୍ରଧାନଙ୍କ ନାମରେ ବିଜେପି ମୋହର ମାରିଛି ।ସେ ଗତ ୨୦୧୪ ନିର୍ବାଚନ ରେ ବିଜେପି ଦଳର ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ l କିନ୍ତୁ କଂଗ୍ରେସ ଏକ ନୂଆ ମୁଁହ କୁ ନିଜ ଦଳର ଦଳୀୟ ପ୍ରାର୍ଥୀ କରି ସମସ୍ତ ଆଶାୟୀଙ୍କୁ ଚକିତ କରିଦେଇଛି । ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିବା ବେଳେ ଟିକେଟ ଲବୀରେ ବହୁ ବରିଷ୍ଠ ନେତା ପ୍ରବଳ ଲବୀରେ ଥିବା ସତ୍ତ୍ୱେ କଂଗ୍ରେସ ନୂଆ ମୁହଁ ପ୍ରଫୁଲ ପ୍ରଧାନଙ୍କ ନାମରେ ମୋହର ମାରିଛି । ପ୍ରଫୁଲ ପ୍ରଧାନ କଂଗ୍ରେସ ଦଳର ପୁରୁଣା ଏବଂ ପୁରୁଖା ନେତା l ସେ ଟିକାବାଲି ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଥିଲେ । ଘର ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ନିକଟ ପାଡାଙ୍ଗି ଠାରେ । କଂଗ୍ରେସ ଟିକେଟ ଲବୀରେ ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଅଜୟନ୍ତି ପ୍ରଧାନ, ଯୁବ ନେତା ପ୍ରତାପ ପ୍ରଧାନଙ୍କ ଭଳି ବହୁ ଦକ୍ଷ ନେତାଙ୍କ ଟିକେଟ କାଟି ଦଳୀୟ ହାଇକମାଣ୍ଡ ନୂଆ ମୁହଁକୁ ଟିକେଟ ଦେଇ ପରୀକ୍ଷା କରିବ କଂଗ୍ରେସ ଦଳ । ଅନ୍ୟ ପକ୍ଷରେ ବିଜେଡି ତାର ପୁରୁଣା ପୁରୁଖା ଦକ୍ଷ ନେତା ସାଲୁଗା ପ୍ରଧାନଙ୍କୁ ରିପିଟ କରିଛି । ଇତି ମଧ୍ୟରେ ଗତ କାଲି ବିଜେଡିର ପୁରୁଖା ନେତା ଟିକାବାଲି ବ୍ଲକ ବିଜେଡି ସଭାପତି ତଥା ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ସ୍ୱାସ୍ଥ୍ୟ ସମସ୍ୟା ଦେଖେଇ ଦଳରୁ ଇସ୍ତଫା ଦେଇଛନ୍ତି । ଆଜି ତାଙ୍କ ପାଖରେ ଦଳର କିଛି ଛାମୁଆ ନେତା ପହଂଚି ତାଙ୍କୁ ବୁଝେଇବାକୁ ଯାଇଥିବା ସୂଚନା ମିଳିଛି ।ରୋଦନ ଦଳ ଛାଡିଲେ ବିଜେଡି କ୍ଷତିରେ ପଡ଼ିବା ସମ୍ଭାବନା ରହିଛି । ଏଥିରୁ ବିଜେପି ଏବଂ କଂଗ୍ରସ ଲାଭବାନ ହେବା ନେଇ ଆଶା ବାନ୍ଧିଛନ୍ତି । ପୁଣି ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ଦଳୀୟ ଟିକେଟ ଆଶାୟୀ ନିରାଶ ହୋଇ ସ୍ୱାଧୀନ ଭାବେ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଏଣୁ ପ୍ରାର୍ଥୀପତ୍ର ଦାଖଲ ପରେ ସ୍ପଷ୍ଟ ହେବ କାହାର କେତେ ଦମ ।  ଆଗାମୀ ଦିନରେ ଘୁ.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ବାସୀ ଦେଖିବେ ଏକ ରୋଚକ ଲଢେଇ । କଂଗ୍ରେସ ଘୁ.ଉଦୟଗିରି ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ କର୍ମୀ ଓ ଆଶାୟୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି l ଯାହାର ଏକ ମେସେଜ ମୋବାଇଲରୁ ମୋବାଇଲକୁ ଏବେ ଘୁରି ବୁଲୁଥିବା ସୂଚନା ମିଳିଛି l କଂଗ୍ରେସ ବିଧାୟକ ପ୍ରାର୍ଥୀ ଜଣେ ଦକ୍ଷ ପୁରୁଖା କଂଗ୍ରେସ କର୍ମୀ ହୋଇ ଥିଲେ ସୁଦ୍ଧା ତାଙ୍କର ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଗଠନରେ ସେତେଟା ଉପସ୍ଥିତି ନ ଥିବା ଅଭିଯୋଗ କରି ତାଙ୍କ ପ୍ରାର୍ଥୀତ୍ୱକୁ କର୍ମୀ ଗ୍ରହଣ କରୁନ ଥିବା କଂଗ୍ରେସ କର୍ମୀଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି l ଏହି ଚକାପାଞ୍ଝା ମଧ୍ୟରେ କଂଗ୍ରେସ କିପରି ବିଜେଡି ଓ ବିଜେପିକୁ ମାତ ଦେଇ ନିଜର ଗଡ଼ ରକ୍ଷା କରି ପାରୁଛି ଦେଖିବାକୁ ବାକି ରହିଲା l