ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ହାତିମୁଣ୍ଡା ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି I ଏହା ସହ ସହ ବୃଦ୍ଧ ବୃଦ୍ଧାଙ୍କୁ ମଧୁବାବୁ ପେନସନର ସୁବିଧା ଏବଂ ଦୁଇ ମାନସିକ ବିକଳାଙ୍ଗ ଅମରେନ୍ଦ୍ର ବଳିଆରସିଂ ଓ ଅଶୋକ ବଳିଆରସିଂଙ୍କ ପାଇଁ ଭତ୍ତାର ବ୍ୟବସ୍ଥା କରିଛନ୍ତି I
ସରକାରୀ ଅର୍ଥ ମଞ୍ଜୁର ହୋଇଥିବା ମେରାମାହା ଛକ ଠାରୁ ହାତିମୁଣ୍ଡା ପର୍ଯ୍ୟନ୍ତ ପିଏମଜିଏସୱାଇ ରାସ୍ତା କାର୍ଯ୍ୟର ବିଳମ୍ବକୁ ନେଇ ଆଲୋଚନା କରି ଶୀଘ୍ର କାମ କରିବାକୁ ନିର୍ଦ୍ଧେଶ ଦେଇ ଥିଲେ I ଅଧପନ୍ତରା ଥିବା ରାଜୀବ ଗାନ୍ଧୀ ପଞ୍ଚାୟତ ଭବନର ପୂର୍ଣ୍ଣାଙ୍ଗ ନିମନ୍ତେ ମଧ୍ୟ ନିର୍ଦ୍ଧେଶ କରିଛନ୍ତି I ଏହି ସମୟରେ ବ୍ଲକ ଅଧକ୍ଷା ଘର ଘର ବୁଲି ଲୋକଙ୍କୁ କରେନା ସଚେତନ କରିଥିବା ଜଣାପଡ଼ିଛି I ଗସ୍ତରେ ବ୍ଲକ ଅଧ୍ୟକ୍ଷାଙ୍କ ସହ ଶରତ ପ୍ରଧାନ, ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I