ଟ୍ରାଇବାଲ ଡ଼ାୟୋସେସ କନ୍ଧମାଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ…..                                            

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ଠାରେ ‘ଟ୍ରାଇବାଲ ଡ଼ାୟୋସେସ କନ୍ଧମାଳ ଚର୍ଚ୍ଚ ଅଫ ଇଣ୍ଡିଆ’ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ ସହ କରୋନା ସଚେତନ ଓ ମାକ୍ସ ବଣ୍ଟନ ଶିକରମାହା ପାଷ୍ଟୋରେଟର ହାତୀମୁଣ୍ଡା ଗ୍ରାମରେ ଅନୁଷ୍ଠିତ କରାଯାଇଅଛି l ବିଶପ ବାଞ୍ଛାନିଧି ନାୟକଙ୍କ ତତ୍ତ୍ୱବଧାନରେ ସମ୍ପାଦକ ଧୀରେନ୍ଦ୍ର ପ୍ରଧାନ, କୋଷାଦକ୍ଷ ପାତ୍ର ମାଲିକଙ୍କ ସହ ଉପ ସଭାପତି ରେଭ ଅଙ୍ଗଦ ପ୍ରଧାନ ଉପସ୍ଥିତ ରହି ପରିଚାଳନା କରିଥିଲେ I ସମସ୍ତ କାର୍ଯ୍ୟକ୍ରମ ଡାୟୋସେସ ମିନିଷ୍ଟ୍ରିଆଲ ଆଣ୍ଡ ପେରସନାଲ କମିଟି ସମ୍ପାଦକ ରମେଶ ପ୍ରଧାନ ଏହାର ନେତୃତ୍ୱ ନେଇଥିବା ବେଳେ  ଗ୍ରାମର ମୂଖ୍ୟଙ୍କ ସମେତ ପାଷ୍ଟରଟେ କର୍ମକର୍ତ୍ତା ରଞ୍ଜନ ସୁନାମାଝି, କରିସା ମୁଠା ମାଝୀ, ମାଆଝୀ ପ୍ରଧାନ, ଗୋଜେନ୍ଦ୍ର ପୂର୍ତ୍ତି ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗୀ କରିଥିଲେ l