ଟ୍ରକ ଚକା ତଳେ ଚାପି ହୋଇ ନାଏବ ସରପଞ୍ଚଙ୍କ ମୃତ୍ୟୁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ନୂଆଗାଁ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ମୁନିଗୁଡ଼ାରୁ ଆସୁ ଥିବା ଏକ ଟ୍ରକ ଚକା ତଳେ ଚାପି ହୋଇ ଗୁମ୍ମା ଗ୍ରାମ ପଂଚାୟତର ନାଏବ ସରପଞ୍ଚ ବୃନ୍ଦାବନ ଜାନୀ(୫୦)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି I ଘଟଣା ଅନୁସାରେ ଗୁମ୍ମା ଗ୍ରାମପାୟତର ନାଏଵ ସରପଞ୍ଚ ବୃନ୍ଦାବନ ଜାନୀ ଆଜି ସକାଳେ ନିଜର ଓଡି-୧୨ଡି-୧୭୭୪ନଂ ବାଇକ ଯୋଗେ ନୂଆଗାଁ ସମ୍ପର୍କୀୟଙ୍କୁ ଘରକୁ ଯାଉ ଥିଲେ I ଏତିକି ବେଳେ ସାମନା ପଟୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ହୋଇଥିଲେ I ମୃତ ବ୍ୟକ୍ତି ଜଣକ ଟ୍ରକ ଚକା ତଳେ ପଡ଼ି ଚାପି ହୋଇ ଯାଇ ଥିଲେ I ଘଟଣା ସ୍ଥଳରେ ହିଁ ନାଏବ ସରପାଞ୍ଚଙ୍କ ମୃତ୍ୟୁ ଘଟିଥିଲା I ଟ୍ରକଟି ମୃତ ବ୍ୟକ୍ତିଙ୍କ ବାଇକକୁ କୋଟଗଡ଼ ସ୍ଥିତ ପାହାଡ଼ି ଢ଼ାବା ଦୀର୍ଘ ୩କିମି ପର୍ଯ୍ୟନ୍ତ ଘୋଷାରି ଘୋଷାରି ଆଣିଥିଲା I ପାହାଡ଼ି ଢ଼ାବା ପାଖରେ ଟ୍ରକ ଛାଡ଼ି ଚାଳକ ଫେରାର ହୋଇ ଯାଇଥିଲେ I ଖବର ପାଇ କୋଟଗଡ଼ ଥାନା ପୁଲିସ ପାହାଡ଼ି ଢାବାରେ ପହଞ୍ଚି ଟ୍ରକ ଜବତ କରିଛି I ଏନେଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି I