ପରଳାଖେମୁଣ୍ଡି ଠାରେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ଓ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ ଅଭିଯାନର ଶୁଭାରମ୍ଭ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରୟାସରେ ଓଡ଼ିଶାର ସବୁ ସ୍ଥାନରେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ଓ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ସେହିପରି ଆଜି ପାରଳାଖେମୁଣ୍ଡି ସ୍ଥିତ ବିଜୁ ଜନତାଦଳ ପାର୍ଟି ଅଫିସରେ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ଫୋଟୋଚିତ୍ର ପାଖରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ଓ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ଓଡ଼ିଶା ଯୁବ ବିଜେଡି ଉପସଭାପତି ଇଂ ରୂପେଶ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ନାୟକ, କଉଁଶଲର ସୁରଜିତ ତ୍ରିପାଠୀ, ଛାତ୍ର ବିଜେଡି ସଭାପତି ବିଶ୍ୱଜିତ ତ୍ରିପାଠୀ, ସୀତାପୁର ସରପଞ୍ଚ ତେଜେଶ୍ୱର ରାଓ, ଗୁମ୍ମା ବ୍ଲକ ଅଧକ୍ଷା ସୁନେମି ମଣ୍ଡଳ, କାଶୀନଗର ବ୍ଲକ ଅଧକ୍ଷା ବାଲା ସାଇ ଆମା, ଜମାଦାର ପଟନାୟକ ସହ ବିଜେଡି ପ୍ରେମୀ ଓ କର୍ମୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବକ୍ତିମାନେ ଉପସ୍ଥିତ ଥିଲେ । ଓଡ଼ିଶା ଯୁବ ବିଜେଡି ଉପସଭାପତି ଇଂ ରୂପେଶ ପାଣିଗ୍ରାହୀ ଏହି କାର୍ଡରେ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ୍ ସୁବିଧା, ଯାତାୟତରେ ରିହାତି, ଅନ୍ଲାଇନ୍ ପାଠ୍ୟକ୍ରମ, କ୍ୟାରିୟର ଚୟନ ପାଇଁ ପାଠ୍ୟକ୍ରମ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଓ କର୍ମଶାଳା ସହିତ ଅନେକ ସୁବିଧା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।