କାର ସହ ୭୨ କେଜି ଗଞ୍ଜେଇ ଜବତ ; ମହିଳା ଗିରଫ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଥାନା ଅଧୀନ ବୁଦୁଲି – ମୁଜାଗଡ଼ ମଧ୍ୟରେ ଗତକାଲି ରାତିରେ ଥାନା ଏସଆଇ ମୋହନ କହଁର ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାରରୁ ଗଞ୍ଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି । ପେଟ୍ରୋଲିଂ ବେଳେ ମୁଜାଗଡ଼ ପଟୁ ଆସୁଥିବା ଏକ କାର ପୁଲିସକୁ ଦେଖି ଅଟକି ଥିଲା । ସେଥିରୁ ଚାଳକ ଜଣଙ୍କ ଗାଡି ଛାଡି ପଳାଇଥିବା ବେଳେ ପୁଲିସ ସନ୍ଦେହ କରି ଗାଡି ଯାଞ୍ଚ କରିଥିଲା । ଗାଡିରେ ଜଣେ ମହିଳା ବସିଥିବା ବେଳେ ତାଙ୍କ ନିକଟରୁ ୭୨ରୁ ଉର୍ଦ୍ଧ୍ବ କେଜି ଗଞ୍ଜେଇ ପୁଲିସ ଜବତ କରିଥିଲା । ଏଥି ସହିତ ସମ୍ପୁକ୍ତ କାରକୁ ଜବତ କରିବା ସହ କେସ ନଂ ୩୨୦/୨୪ରେ ମାମଲା ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି ।