ଲୋକଙ୍କ ସହ ମିଶି ରଙ୍ଗର ପର୍ବ ହୋଲି ଖେଳିଲେ ରାଜ୍ୟ ବିଜେଡି ଯୁବ ଉପ ସଭାପତି ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ….

ଅନୁସନ୍ଧାନ ଭାରତ(ବ୍ୟୁର): ପାରଳାଖେମୁଣ୍ଡି ବିଭିନ୍ନ ସାହିର ଲୋକଙ୍କ ସହ ମିଶି ରଙ୍ଗର ପର୍ବ ହୋଲି ଖେଳିଲେ ରାଜ୍ୟ ବିଜେଡି ଯୁବ ଉପ ସଭାପତି ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ, ପାରଳାର ଯୁବଗୋଷ୍ଠୀମାନେ ଉତ୍ସାହର ସହ ରୁପେଶ ପାଣିଗ୍ରାହୀଙ୍କ ସହ ଅତି ଖୁସିର ସହ ହୋଲି ଖେଳିଥିଲେ l ପ୍ରଥମେ ହାଇଟେକ ପ୍ଲାଜା ଠାରୁ ବାହାରି ହାଟପଦା ଓ ନଦିଅତୋଟା ସାହି ଦେଇ ରାଜ ନହର ଛକ ଠାରୁ ବାଟଗୌଡ଼ ସାହି ଛକ ପର୍ଯ୍ୟନ୍ତ ଏକ ମୋଟର ସାଇକେଲରେ ଯାଇ ସମସ୍ତ ବନ୍ଧୁତାମାନଙ୍କୁ ହୋଲି ଲଗାଇ ଅଭିନନ୍ଦନ ଜଣାଇଥିଲେ l ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ ସହ ବରିଷ୍ଟ ବିଜେଡି ନେତା ଲଷ୍ମୀକାନ୍ତ ପରିଛା, ସୀତାପୁର ସରପଞ୍ଚ ତେଜେଶ୍ୱର ରାଓ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, କୃଷ୍ଣ କୁମାର ବେହେରା, କଉଁସଲର ସୁରଜିତ ଟ୍ରିପାଠୀ, ବିଜେଡି ଜିଲ୍ଲା ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ, ବାବୁଲା ବେହେରା ପ୍ରମୁଖ ଉପସ୍ଥିତି ଥିଲେ l