୩୪ତମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ସ୍ଥିତ କୁଲାଡ ଭଞ୍ଜ ମଣ୍ଡପ ଠାରେ ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ ବାର୍ଡ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ସଂସ୍କୃତି ବିଭାଗ ଓ କଲିକତା ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ମିଳିତ ସହଯୋଗରେ ୩୪ତମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳନ ହୋଇଯାଇଛି । ଏକାଡେମୀ ଉପସଭାପତି ମନ୍ମମଥ ଶତପଥୀ ଓ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଇଂଲିଙ୍ଗରାଜ ଗୌଡ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ କୁଲାଡ ସରପଞ୍ଚ ଭି.ସଞ୍ଜୁକ୍ତା ରାଜୁ, ବି.ଭେଙ୍କଟରତ୍ନ ପାତ୍ର, ମୁଖ୍ୟବକ୍ତା ଭାବେ ପ୍ରଫେସର ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ । ଏହାକୁ ଡା.ଶାନ୍ତନୁ କୁମାର ରଥ ସଭାପତିତ୍ଵ କରିଥିଲେ । କାମରାଜୁ ସାହାଣୀଙ୍କୁ ଭଞ୍ଜଶ୍ରୀ ଉପାଧିରେ ସମ୍ମାନିତ କରା ଯାଇଥିଲା । କବି ଉପେନ୍ଦ୍ର ଭଞ୍ଜଙ୍କ କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ତାଙ୍କର ରଚିତ କାବ୍ୟ ଗୁଡିକୁ ହିନ୍ଦୀ ଓ ଇଂରାଜୀରେ ଅନୁବାଦ କରିବା ଆବଶ୍ୟକ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ବ୍ରହ୍ମପୁରର ଅଙ୍ଗହାର ନୃତ୍ୟାୟନ କଳାକାରଙ୍କ ଦ୍ଵାରା ଓଡିଶୀ ପରିବେଷଣ କରିଥିଲେ । ଶିକ୍ଷାବିତ ଲକ୍ଷ୍ମଣ ପଣ୍ଡା ସ୍ଵାଗତ ଭାଷଣ ଓ ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I