ମାଲିକାପଡି ଉଦଯୋଗ ସମିତି ତରଫରୁ ଏକ ଦିବସିୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ….

<span;>ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳର ଘୁ.ଉଦୟଗିରି ଠାରେ ତା ୨୫-୦୪-୨୪ ରିଖ ମାଲିକାପଡି ଗ୍ରାମପଞ୍ଚାୟତ ସ୍ଥିତ ବାପଟିଷ୍ଟ ମାତୃ ମଣ୍ଡଳୀ ଠାରେ ମାଲିକାପଡି ଉଦଯୋଗ ସମିତିର ନେତୃତ୍ୱରେ ଏକ ଦିବସିୟ ମାଗଣା ଚକ୍ଷୁ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ବ୍ରହ୍ମପୁର ସ୍ଥିତ SUN EYE Hospitalର ଏକ ଡାକ୍ତରୀ ଟିମ  ଡ. ରାଜେନ୍ଦ୍ର ବେହେରାଙ୍କ ସହଯୋଗ ଓ ସହାୟତାରେ ଏହି ଶିବିର ଅନୁଷ୍ଠାନ ହୋଇଛି । ଯାହା ଦ୍ୱାରା ମାଲିକାପଡି ପଞ୍ଚାୟତର ପ୍ରାୟ ୮୦ରୁ ଉର୍ଦ୍ଧ ଚକ୍ଷୁ  ରୋଗୀଙ୍କୁ ମାଗଣା ଔଷଧ ଏବଂ ଚଷମା ପ୍ରଦାନ କରାଯାଇଅଛି । ତତ୍ ସଙ୍ଗେସଙ୍ଗେ ଗୁରୁତ୍ୱ ଅବସ୍ଥାରେ  ଥିବା ରୋଗୀମାନଙ୍କୁ ବ୍ରହ୍ମପୁର ସ୍ଥିତ SUN EYE Hospitalକୁ ନେଇ ବିନା ଦେୟରେ ମାଗଣା ଅସ୍ତ୍ରୋପଚାର କରାଯିବା ନିମନ୍ତେ ରେଜିଷ୍ଟ୍ରେସନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାଲିକାପଡି ଉଦଯୋଗ ସମିତିର ସଭାପତି- ଶ୍ରୀ ଇନୋସ ନାୟକ, ଉପ- ସଭାପତି ଶ୍ରୀ ନିସିକାନ୍ତ ପ୍ରଧାନ , ସମ୍ପାଦିକା ଶ୍ରୀମତୀ ପ୍ରଜ୍ଞା ପାରମିତା ନାୟକ, ସହ ସମ୍ପାଦକ ଶ୍ରୀ ଗୌରବ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଶ୍ରୀ ଆସାନିଧ ନାୟକ ଏବଂ ମଣ୍ଡଳୀର ପାଳକ  ଆଚାର୍ଯ୍ୟ ସୁବୋଧ ପରିଛା , ସଭାପତି ଶ୍ରୀ ଭୁପତି ନାୟକ, ସମ୍ପାଦକ ଶ୍ରୀ ସଞ୍ଜିତ ନାୟକଙ୍କ ଦାୟୀତ୍ୱରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ଉଚ୍ଚର୍ଗ କରି ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରାଯାଇଅଛି ।