ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଭୁବନେଶ୍ଵର ଓକିଲ ସଂଘର ସଭ୍ୟ ତପନଙ୍କୁ ସମ୍ବର୍ଦ୍ଧନା…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଓକିଲ ସଂଘର ସଭାପତି ଅଭିମନ୍ୟୁ ଗୌଡଙ୍କ ଅଧ୍ୟକ୍ଷତାରେ ରବିବାର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ଵର ଓକିଲ ସଂଘର ସଭ୍ୟ ତପନ କୁମାର ବିଶ୍ଵାଳଙ୍କୁ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଛି । ଏଥି ସହିତ ଓକିଲମାନଙ୍କ ସମସ୍ୟା ଉପରେ ଶ୍ରୀ ବିଶ୍ବାଳଙ୍କୁ ଅବଗତ କରାଯାଇଛି । ଓକିଲମାନଙ୍କ ସମସ୍ତ ଅଭିଯୋଗକୁ ସରକାରଙ୍କୁ ଜଣାଯାଇଥିବା ଶ୍ରୀ ବିଶ୍ବାଳ ନିଜ ବିବୃତି କହିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଓକିଲ ସଂଘର ଉପସଭାପତି ରଜତ କୁମାର ଦାଶ, ସମ୍ପାଦକ ହରେକୃଷ୍ଣ ମହାପାତ୍ର, ସହସମ୍ପାଦକ ଚନ୍ଦ୍ରମଣି ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ସନ୍ତୋଷ କୁମାର ନାୟକ, ଲକ୍ଷୀକାନ୍ତ ମହାପାତ୍ର, ବସନ୍ତ କୁମାର ଦାଶ, ଦଣ୍ଡପାଣି ସ୍ୱାଇଁ, ଅଳକା ମଞ୍ଜରୀ ପଟ୍ଟନାୟକ, ସଇଲେନ୍ଦ୍ର ସାହୁ, ଦିବାକର ନାୟକ, ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।