ଗାୟଗଣ୍ଡା ସେକ୍ସନରେ ବିପୁଳ ପରିମାଣର ଅରଗୁଣା କନ୍ଦା ଜବତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳର ଗାୟଗଣ୍ଡା ସେକ୍ସନ୍ ଅଧୀନ କଇଁଫୁଲିଆ ଗ୍ରାମ ନିକଟରେ ଏକ ଟାଟାଏସି ଗାଡିରୁ ବେଆଇନ ଚାଲାଣ ହେଉଥିବା ଅରଗୁଣା କନ୍ଦାକୁ ବନ ବିଭାଗ ଜବତ କରିଛି । ସୋମବାର ରାତିରେ ଆଖପାଖ ଗ୍ରାମରୁ ଏକ ଗାଡିରେ ଅରଗୁଣା କନ୍ଦା ବୋଝେଇ କରି ଚାଲାଣ ହେଉଥିବା ଖବର ପାଇ ବନ ବିଭାଗ କର୍ମଚାରୀମାନେ ଜାଡଧାର ଗ୍ରାମ ନିକଟରେ ଜଗି ରହି ରହିଥିଲେ । ବନ ବିଭାଗ ପକ୍ଷରୁ ଯାଞ୍ଚ ହେଉଥିବା ଖବର ପାଇ ଜାଡଧାର ଗ୍ରାମ ନିକଟରୁ କିଛି ଦୂରରୁ ଗାଡି ଚାଳକ କନ୍ଦା ବୋଝେଇ ଗାଡିକୁ ସେଠାରେ ଛାଡି ଦୌଡି ପଳାଇଥିଲେ । ପରେ ବିଭାଗୀୟ କର୍ମଚାରୀମାନେ ସେଠାରେ ପହଞ୍ଚି ଗାଡିକୁ ରେଞ୍ଜ କାର୍ଯ୍ୟାଳୟକୁ ଜବତ କରି ଆଣିବା ସହ କେସ୍ ନମ୍ବର ୧୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ସେଥିରେ ୩୦ ଟି ବସ୍ତାରେ ପ୍ରାୟ ୯୦୦ କେଜି ଅରଗୁଣା କନ୍ଦା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ ରେଞ୍ଜର ଅରୁଣ କୁମାର ପ୍ରଧାନ ବନପାଳ ଶୁଭଶ୍ମିତା ଦାଶ, କଳାବଦନ ଦାସ, ବନରକ୍ଷୀ ଅଶୋକ କୁମାର ସେଠୀ ଓ ସ୍କ୍ବାର୍ଡ ପପୁ ଗୌଡ, ମାନସ କୁମାର ଦଳବେହେରା, ସୁନୀଲ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।