132 କେଜି ଗଞ୍ଜେଇ ସହ ଦୁଇଟି କାର ଜବତ: 3 ଗିରଫ, 2 ଫେରାର…

ଅନୁସନ୍ଧାନ ଭାରତ (ବ୍ୟୁର): ବାଲିଗୁଡା ପୁଲିସକୁ ମିଳିଛି ବଡ ସଫଳତା l ବାଲିଗୁଡା ଅଞ୍ଚଳରୁ ତାମିଲନାଡୁ ଗଞ୍ଜେଇ ଚୋର ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢାଉ କରି ଗଞ୍ଜେଇ ଚୋରା ଚାଲାଣ ବେଳେ ବାରଖମ ନିକଟସ୍ଥ ଡାକୁକାମ୍ବା ଘାଟି ନିକଟରେ ଧରାପଡ଼ିଥିଲେ ଗଞ୍ଜେଇ ବେପାରି । ଏତିକି ବେଳେ ପୁଲିସ ଦ୍ୱାରା 132 କେଜି ଗଞ୍ଜେଇ ସହ ଦୁଇ ଟି କାର ଜବତ କର ଯାଇଛି । ପୁଲିସ ସେମାଙ୍କ ଠାରୁ ନଗଦ ଚାରି ଲକ୍ଷ୍ୟ ଟଙ୍କା ସହିତ 7 ଟି ମୋବଇଲ ଫୋନ ମଧ୍ୟ ଜବତ କରିଛି l ଘଟଣା ସ୍ଥଳରୁ ପୁଲିସ ତିନି ଜଣ ମାଫିଆଙ୍କୁ ଗିରପ ପାଇଁ ଉଦ୍ୟମ କରି ଥିବା ବେଳେ ଦୁଇ ଜଣ ମାପିଆ ଫେରାର ହାଇଥିବା ସୂଚନା ମିଳିଛି । ଜବତ ହୋଇଥିବା ଗଞ୍ଜେଇ ପ୍ରାୟ 7 ରୁ 8 ଲକ୍ଷ୍ୟ ଟଙ୍କା ହେବା ନେଇ.ଆକଳନ କରାଯାଇଛି । ଗଞ୍ଜେଇ ମାଫିଆମାନେ ହେଲେ ଓଡିଶା ସୁନ୍ଦରଗଡ଼ ଜିଲ୍ଲାର ଅଶୋକ ଗିରି, ତାମିଲନାଡୁ ରାଜ୍ୟର ପଳାୟମ ଲଡ ଅନ୍ତୋନୀ ଓ ଜେ. ସେଲଡା କୁମାର l ଅନ୍ୟ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କାରି ଦୁଇଜଣ ହେଲେ ଓଡିଶାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଘନ ରଣା ଓ ବଲାଙ୍ଗୀର ର ଭୋଳା ସାହୁ ଫେରାର ହଇଛନ୍ତି । ଏନେଇ ବାଲିଗୁଡା ଥାନା କେସ ନମ୍ବର 75/2024 ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମିଳନୀ କରି ସୂଚନା ଦେଇଛନ୍ତି ବାଲିଗୁଡା ଏସଡିପିଓ ରାହୁଲ ଗୋଏଲ